Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୮୫ କୋଭିଡ ଆକ୍ରାନ୍ତ ଚିହ୍ନଟ,୫ ମୃତ୍ୟୁ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୪୨ ଓ ସ୍ଥାନୀୟ ସଂକ୍ରମିତ ୨୪୩ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୯୬ ଜଣ ଶିଶୁ ଓ କିଶୋର ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରେ ୧୩ , ବାଲେଶ୍ୱର ୩୮, ବରଗଡ ୨, ଭଦ୍ରକ ୭, ବଲାଙ୍ଗିର ୬ ଓ କଟକରୁ ୬୭ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୩, ଢେଙ୍କାନାଳ ୫, ଗଞ୍ଜାମ ୬, ଜଗତସିଂହପୁର ୨୬, ଯାଜପୁର ୩୬, ଝାରସୁଗୁଡା ୭, କଳାହାଣ୍ଡି ୧, କନ୍ଧମାଳରୁ ୨ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡା ଜିଲାରେ ୧୨, କେନ୍ଦୁଝର ୭, ଖୋର୍ଦ୍ଧା ୨୦୬, କୋରାପୁଟ ୪ ଓ ମାଲକାନଗିରିରେ ୩ ଚିହ୍ନଟ ହୋଇଛନ୍ତି। ମୟୁରଭଞ୍ଜରେ ୨୫, ନୟାଗଡ ୪, ନୂଆପଡା ୧, ରାୟଗଡା ୨, ସମ୍ବଲପୁର ୧୯, ସୋନପୁର ୧, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୬୦୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ସଂପ୍ରତି ୫୯୦୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜିର ୫ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ମୃତକଙ୍କ ମଧ୍ୟରେ ରହିଛନ୍ତି ଖୋର୍ଦ୍ଧାରୁ ୨ ଜଣ ରହିଥିବା ବେଳେ କେନ୍ଦୁଝର, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ |

 

 

 

Breaking News