ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ବିରୋଧ କରି ୨୭ ସେପ୍ଟେମ୍ବରରେ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି | ଦେଶର ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ଭାବେ ଗତ ୧୦ ମାସ ହେଲା ଆନ୍ଦୋଳନ ଜାରି ରହିଛି। ଚାଷୀ ସଂଗଠନର ଏହି ଡାକରାକୁ ବିରୋଧୀ ଦଳଗୁଡ଼ିକ ମଧ୍ୟ ସମର୍ଥନ କରିଛନ୍ତି। ସୋମବାର ସକାଳ ୬ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ ବୋଲି ମିଳିତ ଚାଷୀ ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଏହି ସମୟରେ ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ୍ ସମେତ ସମସ୍ତ ମେଡ଼ିକାଲ ସେବା ପୂର୍ବପରି ଜାରି ରହିବ। ସେହିପରି ପରୀକ୍ଷା ଅବା ସାକ୍ଷାତକାର ଦେବାକୁ ଯାଉଥିବା ଆଶାୟୀଙ୍କୁ ମଧ୍ୟ ଅଟକା ଯିବ ନାହିଁ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।





More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..