Report Card Odisha

| Daily Odia News

ଦିଲ୍ଲୀ -ଗୁରୁଗ୍ରାମ,ନୋଏଡା-ଦିଲ୍ଲୀ ଏକ୍ସପ୍ରେସରେ ଫସି ରହିଛି ହଜାର ହଜାର ଗାଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ପାରିତ କରିଥିବ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି | ଏହି ବନ୍ଦ ସମୟରେ ଦିଲ୍ଲୀ -ଗୁରୁଗ୍ରାମରୁ ବର୍ଡରରେ ରୋଡ ଜାମର ଦୃଶ୍ୟ ସାମ୍ନାକୁ ଆସିଛି | ଯିଏ ଘରୁ ଗାଡ଼ିଧରି ବାହାରିଥିଲେ ଏହି ଜାମରେ ଫସିଥିଲେ | କିଲୋମିଟର କିଲୋମିଟର ଯାଏ ଲମ୍ବିଛି ଗାଡ଼ି। ସକାଳୁ ହଜାର ହଜାର ଗାଡ଼ି ପଛକୁ ପଛ ଠିଆ ହୋଇଛି । ଘଣ୍ଟା ଘଣ୍ଟା ପରେ ବି ସ୍ୱାଭାବିକ ସ୍ଥିତି ଫେରୁନି । କୃଷକଙ୍କ ଆନ୍ଦୋଳନ ଯୋଗୁ ବହୁ ସ୍ଥାନରେ ସଡ଼କ ପଥ ବନ୍ଦ ରହିଛି । ପୋଲିସ ସୀମାରେ ଗାଡ଼ି ଯାଞ୍ଚ କରୁଛି । ସେହିପରି ଭାରତ ବନ୍ଦ ସହ ଆଜି ସୋମବାର ଥିବାରୁ ଅଫିସ ଆସୁଛନ୍ତି ଲୋକ । ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ଜାମ୍ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । କେତେବେଳେ ରାସ୍ତା କ୍ଲିୟର ହେବ, ଯାତାୟତ ସ୍ୱାଭାବିକ ହେବ ସେନେଇ ଚିନ୍ତାରେ ଯାତ୍ରୀ । ସେହିପରି ଦିଲ୍ଲୀ-ନୋଏଡା-ଦିଲ୍ଲୀ ଏକ୍ସପ୍ରେସ ଓ୍ୱେରେ ବି ଅସମ୍ଭାଳ ଜାମ୍ । ରାସ୍ତାରେ ମାଳ ମାଳ ହୋଇ ଲମ୍ବା ଲାଇନରେ ଠିଆ ହୋଇଛି ବହୁ ଗାଡ଼ି । ସେହିପରି କୃଷକଙ୍କ ଆନ୍ଦୋଳନ ଯୋଗୁ ଗାଜିପୁର ବର୍ଡର, ସିଂଘୁ ବର୍ଡର, ଏନଏଚ-୯, ଏନଏଚ-୨୪ ଯୋଗୁ ଜାମ୍ ରହିଛି । ଦିଲ୍ଲୀରେ ଆଜି ଜନଜୀବନ ଠପ୍ ହୋଇଯାଇଛି ।

 

Breaking News