Report Card Odisha

| Daily Odia News

ଯୋଗୀ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ବ୍ରାହ୍ମଣ-ଦଳିତଙ୍କୁ ପ୍ରାଧାନ୍ୟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ୪ ମାସ ଥିବା ବେଳେ ଯୋଗୀ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି | ଯୋଗୀ ଆପଣେଇ ଛନ୍ତି ନୂଆ ଫର୍ମୁଲା | ରାଜ୍ୟରେ ବ୍ରାହ୍ମଣ-ଦଳିତଙ୍କୁ ପ୍ରାଧାନ୍ୟ ଦେଇ ହୋଇଛନ୍ତି | ଏହା ସହିତ ସଂପ୍ରସାରଣରେ ୭ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ରବିବାର ରାଜଭବନରେ ଅନୁଷ୍ଠିତ ଉତ୍ସବରେ ଏହି ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ଶପଥ ପାଠ କରାଇଥିଲେ।

ଗତ ମାସରେ ମୋଦି ସରକାରର କ୍ୟାବିନେଟ ବିସ୍ତାର ସମୟରେ ଉତ୍ତର ପ୍ରଦେଶରୁ ୭ ଜଣ ସାଂସଦଙ୍କୁ ମନ୍ତ୍ରୀପଦ ମିଳିଥିଲା । ମୋଦି ସରକାରରେ ୟୁପିରୁ ଜଣେ ବ୍ରାହ୍ମଣ ଏବଂ ୬ ଜଣ ଓବିସି ଓ ଅନ୍ୟ ବର୍ଗରୁ ମନ୍ତ୍ରୀ କରାଯାଇଥିଲା | ସେହିଭଳି ଯୋଗୀଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ନୂଆ ୭ ନୂଆ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣ ଏବଂ ୬ ଜଣ ଓବିସି ଓ ଅନ୍ୟ ବର୍ଗର ରହିଥିବା ସୂଚନା ମିଳିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଜୁନ ମାସରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ହେଭିଓ୍ବେଟ୍‌ ନେତା ଜିତିନ୍‌ ପ୍ରସାଦଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିଛି । ଜିତିନ୍‌ ପ୍ରସାଦଙ୍କ ସମେତ ସଙ୍ଗୀତା ବଲଓ୍ବନ୍ତ ବିନ୍ଦ, ଧର୍ମବୀର ପ୍ରଜାପତି, ପଲଟୁରାମ, ଛତ୍ରପାଲ୍ ଗଙ୍ଗଓ୍ବାର, ଦିନେଶ ଖଟିକ୍ ଏବଂ ସଞ୍ଜୟ ଗୌଡ ମନ୍ତ୍ରୀପଦର ଶପଥ ନେଇଛନ୍ତି ।

Breaking News