Report Card Odisha

| Daily Odia News

ଆଜି ସହିଦ ଭଗବତ ସିଂହଙ୍କ ଜନ୍ମଦିନ …..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାରତୀୟ ସ୍ୱାଧୀନତା ସଂଗ୍ରାମର ସବୁଠାରୁ ପ୍ରଭାବଶାଳୀ ବିପ୍ଲବୀ ସହିଦ ଭଗବତ ସିଂହ ଦେଶପ୍ରେମ ଓ ବୀରତ୍ୱର ପ୍ରତୀକ | ବର୍ତ୍ତମାନର ପାକିସ୍ଥାନ ଅନ୍ତ୍ରଗତ ଲାୟଲପୁର ଜିଲ୍ଲାରେ ୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ଏକ ଶିଖ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ | ଅଳ୍ପ ବୟସ ହୋଇଥିବା ବେଳେ ୧୯୧୯ରେ ଜାଲିଆନୱାଲାବାଗ ହତ୍ୟାକାଣ୍ଡ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା | ସେ ପାଠପଢା ଛାଡି ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ବିପ୍ଲବୀ ସଂଗଠନ ଗଢ଼ିଥିଲେ | ସେ ମାର୍କ୍ସବାଦ ଓ ସମାଜବାଦର ସମର୍ଥକ ଥିଲେ | ୧୯୨୮ରେ ଇଂରେଜ ଲାଠିମାଡ଼ରେ ଆହତ ହୋଇ ଲାଲା ଲାଜପତ ରାୟଙ୍କୁ ମୃତ୍ୟୁ ଘଟିଥିଲା | ଭଗତ ସିଂହ ସେହି ପରିସ୍ଥିତିରେ ଗାନ୍ଧୀଙ୍କ ଅହିଂସାତ୍ମକ ପନ୍ଥା ପରିବର୍ତେ ହିଂସାତ୍ମକ ପନ୍ଥା ଆପଣେଇବା ଶ୍ରେୟସ୍କର ମାନିଥିଲେ | ଲାଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଭଗତ ସିଂହ ଶିବରାମ ରାଜଗୁରୁ , ସୁଖଦେବ ଠାପର ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ପୋଲିସ ସୁପରିଟେଣ୍ଡେଣ୍ଟ ଜେଏମ ଏ . ସ୍କଟଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ | ତେବେ ଚିହିଁବାରେ ଭୁଲ ହେବାରୁ ସେମାନେ ଜନ ପି. ସଣ୍ଡର୍ସ ନାମକ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିଥିଲେ | ଏଇ ଏକ ଵୈପ୍ଲବିକ କାର୍ଯ୍ୟାନୁଷ୍ଠାନ ଭାବେ ୧୯୨୯ରେ ବାଟୁକେଶ୍ୱର ଦତ୍ତଙ୍କ ସହ ଭଗତ ସିଂହ ଦିଲ୍ଲୀରେ ସେଣ୍ଟ୍ରାଲ ଲେଜିସଲେଟି ହଲରେ ବୋମା ଫିଙ୍ଗିଥିଲେ | ସେମାଙ୍କୁ ସେଠାରୁ ଗିରଫ କରାଯାଇ ମକଦ୍ଦମା ଚାଲିଥିଲା | ଶେଷରେ ଭଗତ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶି ଦାଣ୍ଡରେ ଦଣ୍ଡିତ କରାଯାଇଥିଲା | ୧୯୩୧ ମାର୍ଚ୍ଚ ୨୩ରେ ମାତ୍ର ୨୩ ବୟଷରେ ତାଙ୍କୁ ଫାଶି ଦିଆଯାଇଥିଲା |

 

Breaking News