Report Card Odisha

| Daily Odia News

ଅକ୍ଟୋବର ୨ପର୍ଯ୍ୟନ୍ତ ୧୨ ଜିଲ୍ଲାକୁ ‌ୟେଲୋ ୱାର୍ଣ୍ଣିଂ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲଘୁଚାପ କ୍ଷେତ୍ର ଉତ୍ତର ଝାଡଖଣ୍ଡ ଏବଂ ବିହାର ଉପରେ ରହିଛି। ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇଛି। ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ, ଉତ୍ତର ଉପକୂଳ ଓଡିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହୋଇଛି |  ମୟୂରଭଞ୍ଜ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆଗକୁ ଅକ୍ଟୋବର ୨ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲା ପାଇଁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୨ଜିଲ୍ଲାରେ ରହିଛନ୍ତି ନୁଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ, ସମ୍ବଲପୁର, ଝରସୁଗୁଡା, ଦେଓଗଡ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଅନୁଗୁଳ। ଏହି ୧୨ଟି ଜିଲ୍ଲା‌ରେ ଅକ୍ଟୋବର ୨ପର୍ଯ୍ୟନ୍ତ ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨ପରେ ଅକ୍ଟୋବର ୫ପର୍ଯ୍ୟନ୍ତ ପାଗ ସୁଖିଲା ରହିବ ବୋଲି ଭାରତୀୟ ପାଣିପାଗ ବିଷୟରେ କୁହାଯାଇଛି।

Breaking News