ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଆରମ୍ଭ । ଆସନ୍ତା ୧୧ତାରିଖ ପର୍ୟ୍ୟନ୍ତ ଚାଲିବ ଅଫଲାଇନ ଯୁକ୍ତ ଦୁଇ ପରୀକ୍ଷା । ଆସେସମେଣ୍ଟ ଆଧାରରେ ପ୍ରକାଶ ପାଇଥିବା ରେଜଲ୍ଟରେ ଅସନ୍ତୋଷ ହୋଇଥିବା ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଉଛନ୍ତି । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ସବୁ ବିଷୟରେ ପରୀକ୍ଷା ନହୋଇ ୩ଟି ବିଭାଗର ୫୭ ଟି ବିଷୟରେ ହେବ ପରୀକ୍ଷା । ସାରା ରାଜ୍ୟରୁ ପରୀକ୍ଷା ଦେବେ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୧୮୫ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଗଞ୍ଜାମରେ ସର୍ବାଧିକ ୧୪ ଟି ସେଣ୍ଟର ହୋଇଥିବା ବେଳେ କଟକରେ ୧୨ଟି, ବାଲେଶ୍ବରରେ ୧୦ଟି ଏବଂ ରାଜଧାନୀ ଭୁବନେଶ୍ବରରେ ୩ଟି ସେଣ୍ଟର ହୋଇଛି । କଣ୍ଟାବାଞ୍ଝିରେ ଗୋଟିଏ ସ୍କୁଲରେ ସର୍ବାଧିକ ୨୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସୁନ୍ଦରଗଡ କୋଇଡାରେ ମାତ୍ର ୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି । ନଭେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍ଲାଇନ୍ ପରୀକ୍ଷା ଫଳ ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..