ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବ୍ ଶୀଘ୍ର ହାତ ଛାଡିବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବିଜେଡିରେ ମିଶିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ କଂଗ୍ରେସ ଛାଡି ପ୍ରଦୀପ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଗୁରୁବାର ପିପିଲି ନିର୍ବାଚନ ସରିବା ପରେ ଏ ନେଇ ଅଧିକ ଅଲୋଚନା ହେଉଛି । ପିପିଲି ନିର୍ବାଚନର ଫଳ ପ୍ରକାଶ ପାଇବା ପରଦିନ ସେ ବିଜେଡି ହାତ ଧରିପାରନ୍ତି ବୋଲି ଜଣାପଡ଼ିଛି । ଏଥି ମଧ୍ୟରେ ପ୍ରଦୀପ ବିଜେଡିର ସାଧାରଣ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିସାରିଥିବା ଜଣାପଡ଼ିଛି ! ୩୦ ତିରାଖ ଦିନ ସନ୍ଧ୍ୟାରେ ପ୍ରଣବଙ୍କ ସହ ପ୍ରଦୀପଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା କୁହାଯାଉଛି । ଏଥିରୁ ପ୍ରଦୀପ ଖୁବ୍ଶୀଘ୍ର ବିଜିଡିର ହାତ ଧରିବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ପ୍ରଦୀପ ବିଜେଡିରେ ମିଶିବାକୁ ଖଣ୍ଡନ କରୁଥିବା ବେଳେ ଖୁବ୍ ଶୀଘ୍ର ସେ ଏହି ଦଳରେ ସାମିଲ୍ ହେବେ । ଯାହା ଜଣାପଡ଼ିଛି ଅକ୍ଟୋବର ୪ ତାରିଖରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇପାରେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ବିଜେଡିରେ ମିଶିବେ ବୋଲି ଯୋଜନା ହୋଇଥିବା କୁହାଯାଉଥିଲା । କିନ୍ତୁ ସେ ଏଇ ତିନି-ଚାରି ଦିନ ଭିତରେ ବିଜେଡି ହାତ ଧରି ପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି !
Discussion about this post