ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡିଆ ବାୟୁସେନା ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ପାଇଛନ୍ତି। ଆସନ୍ତାକାଲି ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ଏ ନେଇ ବାୟୁ ସେନା ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଓଡ଼ିଆ ବାୟୁସେନା ଅଧିକାରୀ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ବୀରତ୍ୱ ପ୍ରଦର୍ଶନ କରିଥିବା ଏହି ଓଡ଼ିଆ ଅଧିକାରୀ ଜଣଙ୍କ ବାୟୁସେନା ମେଡାଲରେ ସମ୍ମାନିତ ହୋଇଛନ୍ତି । ୨୦୨୦ରେ ସେ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ ଏହି ଫାଇଟର ପାଇଲଟ। ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ମିରାଜ ଟୁ ଥାଉଜାଣ୍ଡ, ମିଗ୍-ଟ୍ବେଣ୍ଟି ଓ୍ୱାନ୍ ଭଳି ବିଭିନ୍ନ ପ୍ରକାର ଲଢୁଆ ବିମାନ ଉଡ଼ାଇରେ ମାହିର । ଆକାଶରେ ୨୫ ଶହ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ହାସଲ କରିଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..