ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ କାବୁଲ ସ୍ଥିତ ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କାବୁଲରେ ରହିଥିବା ଇଦ ଗାହ ମସଜିଦରେ ରବିବାର ଏହି ବିସ୍ଫୋରଣ ଘଟିଥିଲା । ତାଲିବାନୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଟ୍ୱିଟ କରି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଫଗାନିସ୍ତାନର ଅନ୍ତରୀଣ ମନ୍ତ୍ରୀ କ୍ୱାରି ସୟେଦ କୋସ୍ତି ମଧ୍ୟ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଗତ ସପ୍ତାହରେ ମଧ୍ୟ ଏକ ସମାନ ଢଙ୍ଗର ଆକ୍ରମଣରେ ୫ ଜଣଙ୍କ ପ୍ରାଣହାନି ଘଟିଥିଲା । ତାଲିବାନୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ମା’ଙ୍କ ପାଇଁ ଅନୁଷ୍ଠିତ ଶୋକସଭାରେ ଏହି ଆକ୍ରମଣ ଘଟିଥିଲା । ମୁଜାହିଦ କହିଛନ୍ତି ପ୍ରଥମେ ଏକ ବିସ୍ଫୋରଣ ଘଟିବା ପରେ ଗୁଳି ଚାଳନାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..