ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବହୁ ମିତ୍ରଙ୍କ ସାହାଯ୍ୟ ପାଇ ଶତ୍ରୁକୁ ପରାଜିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବିଦ୍ୟାର୍ଥୀମାନେ ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ : ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହ ପରିବେଶ ଉନ୍ନତମାନର ହେବ। କୃଷି କର୍ମକାରୀ ହୋଇପାରନ୍ତି। ଯାନବାହାନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
ମିଥୁନ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ଆନନ୍ଦ ଉତ୍ସାହ ମଧ୍ୟରେ ସମ୍ପାଦନ କରିପାରନ୍ତି। ଠାକୁରଙ୍କ ଦର୍ଶନ ଲାଭକରି ସନ୍ତୋଷ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
କର୍କଟ : ଜଙ୍ଗଲଜାତ ଦ୍ରବ୍ୟରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ନ୍ୟାୟ ମାର୍ଗରେ ମନ ବଳାଇ ପାରନ୍ତି। ପୁତ୍ର ସୁଖରେ ସୁଖୀ ହୁଏ। ସ୍ଥିରମନା ଓ କୀର୍ତ୍ତିଶାଳୀ ହୋଇପାରନ୍ତି। ନିର୍ଲୋଭୀ ଓ ସହିଷ୍ଣୁ ହେବେ।
ସିଂହ : ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା : ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମୁକ୍ତ ହୋଇପାରନ୍ତି। ଭ୍ରାତୃ ସ୍ନେହ ରହିବ। ମଧୁର କଥାରେ ଶତ୍ରୁକୁ ବଶକରିପାରନ୍ତି।
ତୁଳା : ସୁସମ୍ବାଦ ପାଇ ଖୁସି ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିୟୋଜିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବାର ସମ୍ଭାବନା ଅଛି।
ବିଛା : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭଖବର ମିଳିପାରେ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ଧନୁ : କର୍ମ ଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ମିଳିବ ଓ ତା’ର ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚକ ହୋଇପାରନ୍ତି।
ମକର : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥ ଚିନ୍ତା ଲାଗିପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଧର୍ମମାର୍ଗରେ ମନୋନିବେଶ କରିବେ। ସମାଜସେବା ଓ ପରୋପକାର ପ୍ରତି ମନ ବଳାଇ ପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କୁମ୍ଭ : ଆଜିର ପ୍ରତ୍ୟେକ କାର୍ଯ୍ୟ ଓ ଘଟଣା ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି।
ମୀନ : ବନ୍ଧୁ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିପାରନ୍ତି।
Discussion about this post