ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗିରଫ କରାଯାଇଛି । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପ୍ରିୟଙ୍କା ଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଉତ୍ତରପ୍ରଦେଶରେ ଲକ୍ଷ୍ମୀପୁର ଖେରି ହିଂସାର ପୀଡିତଙ୍କୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଉ ପୋଲିସ୍ ହେପାଜତରେ ନାହାଁନ୍ତି, ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ ସୀତାପୁରର PAC ଗେଷ୍ଟ ହାଉସରେ ପ୍ରିୟଙ୍କାଙ୍କୁ ରଖିଛି ପୋଲିସ୍ । ତେବେ ତାଙ୍କ ବିରୋଧରେ ୧୫୧, ୧୦୭, ୧୧୬ ଭଳି ସଂଗୀନ ଧାରାଲାଗିଛି । ବର୍ତ୍ତମାନ ତାଙ୍କୁ ରଖାଯାଇଥିବା PAC ଗେଷ୍ଟ ହାଉସକୁ ତାଙ୍କ ପାଇଁ ଅସ୍ଥାୟୀ ଜେଲ ଘୋଷଣା କରାଯାଇଛି । ପ୍ରିୟଙ୍କା ଗାନ୍ଧି ଏକ ଦିନରୁ ଅଧିକ ସମୟ ଧରି ବନ୍ଦୀ ହେବା ନେଇ ମଙ୍ଗଳବାର ସକାଳେ ପ୍ରଶ୍ନ ଉଠାଇଥିଲେ । ସେ ଟ୍ୱିଟ୍ କରି କହିଛନ୍ତି, “ନରେନ୍ଦ୍ର ମୋଦି ସାର୍, ତୁମର ସରକାର ମୋତେ ଗତ ୨୮ ଘଣ୍ଟା ଧରି କୌଣସି ଆଦେଶ ଏବଂ FIR ବିନା ଜେଲରେ ରଖିଛନ୍ତି।
Discussion about this post