ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକ କାର୍ଯ୍ୟରେ ଯୋଗ ନଦେଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ | ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି | ଅକ୍ଟୋବର ୮ ସୁଦ୍ଧା ନିଯୁକ୍ତ ହୋଇଥିବା ସ୍କୁଲରେ କାର୍ଯ୍ୟରେ ଯୋଗ ନଦେଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଏଥିଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।ସୂଚନାନୁଯାୟୀ, ଅଗଷ୍ଟ ୩ରେ ସରକାର ୧୦୯୭ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦକୁ ପଦୋନ୍ନତି ଦେଇଥିଲେ। ସପ୍ତାହକ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ୨ ମାସ ହେବ ଅଧିକାଂଶ ପ୍ରଧାନ ଶିକ୍ଷକ ନିଜ ପୋଷ୍ଟିଂ ସ୍କୁଲ୍ରେ ଯୋଗ ଦେଇନାହାନ୍ତି। ଫଳରେ ଅକ୍ଟୋବର ୮ ସୁଦ୍ଧା ନିଯୁକ୍ତ ହୋଇଥିବା ସ୍କୁଲରେ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କିଛି ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇନଥିବାରୁ ତାଙ୍କୁ ତାଗିଦ୍ କରାଯାଇଛି । ଏହା ଏକସାଧାରଣ ପ୍ରୋସେସ୍ । ଯେ କୌଣସି ବ୍ୟକ୍ତି ନିଜର ଇଛା ଓ ଆବଶ୍ୟକତା ଅନୁସାରେ ଛୁଟି ନେଇପାରିବେ । ହେଲେ କିଛି ଶିକ୍ଷକ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ସେମାନଙ୍କ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ
Discussion about this post