ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ମଙ୍ଗଳବାର ଉତ୍ତରପ୍ରଦେଶ ସରକାରକୁ କଡ଼ା ଚେତାବନୀ ଦେଇଛନ୍ତି। ସିଦ୍ଧୁ କହିଛନ୍ତି ଯଦିବୁଧବାର ସୁଦ୍ଧା ଅଭିଯୁକ୍ତି ଗିରଫ ନହୁଏ ଏବଂ ପୋଲିସ ହେପାଜତରେ ଥିବା ପ୍ରିୟଙ୍କା ଗାନ୍ଧି ନ ମୁକୁଳନ୍ତି ତେବେ ବୁଧବାର ପଂଜାବ କଂଗ୍ରେସ ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲାକୁ ଆନ୍ଦୋଳନ ଯାତ୍ରା କରିବ। ସିଦ୍ଧୁ କହିଛନ୍ତି, ନୃଶଂସ ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ବେଆଇନ ଭାବେ ଅଟକ ରଖାଯାଇଥିବା ପ୍ରିୟଙ୍କାଙ୍କୁ ତୁରନ୍ତ ଖଲାସ କରାଯାଉ। ଉଲ୍ଲେଖଯୋଗ୍ୟ, ନବଜୋତ ସିଂହ ସିଦ୍ଧୁ ଏବଂ ଅନ୍ୟ କଂଗ୍ରେସ ବିଧାୟକମାନେ ଗତକାଲି ଚଣ୍ଡିଗଡ଼ ସ୍ଥିତ ରାଜଭବନ ବାହାରେ ଆନ୍ଦୋଳନ କରିବା ସମୟରେ ସେମାନଙ୍କୁ ଅଟକ ରଖାଯାଇଥିଲା। ପରେ ସେମାନଙ୍କୁ ସାରଙ୍ଗପୁର ଥାନାରୁ ଛାଡ଼ି ଦିଆଯାଇଥିଲା। ସିଦ୍ଧୁ ଲଖିମପୁର ଖେରି ହିଂସା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।






More Stories
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..