ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜି-୨୦ ବାଚସ୍ପତି ଶିଖର ବୈଠକରେ ଯୋଗ ଦେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ତାଙ୍କ ନେତୃତ୍ୱରେ ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ରୋମ୍ ଗସ୍ତ କରିବେ। ଏହି ପ୍ରତିନିଧି ଦଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ସେକ୍ରେଟାରୀ ଜେନେରାଲ୍ ଉତ୍ପଳ କୁମାର ସିଂ, ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍ ଡକ୍ଟର ପି.ପି.କେ. ରାମଚାରିଲ୍ୟୁ ଗସ୍ତରେ ଯିବେ। ଏହି ଶିଖର ବୈଠକର ଶୀର୍ଷକ ପାର୍ଲାମେଣ୍ଟସ୍ ଫର୍ ପିପୁଲ, ପ୍ଲାନେଟ୍ ଆଣ୍ଡ୍ ପ୍ରସ୍ପରିଟି ରହିଛି। ଶିଖର ବୈଠକ ଶେଷରେ ଏକ ମିଳିତ ବିବୃତି ପ୍ରକାଶ ପାଇବ। ଲେକାସଭା ବାଚସ୍ପତି କୋଭିଡ ସଂକ୍ରମଣ ଯୋଗୁଁ ସାମାଜିକ ଓ ନିଯୁକ୍ତି ସଂକଟର ସମାଧାନ ଶୀର୍ଷକ ଏକ ଆଲୋଚନାରେ ଅଂଶ ଗ୍ରହଣ କରିବେ। ଶିଖର ବୈଠକର ପ୍ରଥମ ଅଧିବେଶନରେ ଏହା ଉପରେ ଆଲୋଚନା ହେବ। ଶିଖର ବୈଠକରେ ଯୋଗଦେବା ସମୟରେ ଶ୍ରୀ ବିର୍ଲା ଅନ୍ୟ ଦେଶଗୁଡ଼ିକର ବାଚସ୍ପତିମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……