ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ତୈଳ ଦର କମିବାରେ ନାଁ ନେଉନାହିଁ | କ୍ରମାଗତ ଭାବେ ଦ୍ଵିତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି। ବୁଧବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପଇଛି। ବିଶେଷଜ୍ଞଙ୍କ ମତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଟିକସ କାରଣରୁ ହିଁ ଦେଶରେ ହୁ ହୁ ବଢୁଛି ତୈଳ ଦର। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୪ ପଇସା ହୋଇଥିବା ବେଳେ ଡିଜେଲ ଦର ୯୯ ଟଙ୍କା ୭୦ ପଇସାରେ ପହଞ୍ଚିଛି । କୋରାପୁଟ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୩୭ ପଇସା ରହିଥିବା ବେଳେ ଡିଜେଲ ଦର ୧୦୪ ଟଙ୍କା ୧୦ ପଇସା ରହିଛି। ବଲାଙ୍ଗିରରେ ପେଟ୍ରୋଲ ଦର ୧୦୫ ଟଙ୍କା ୭୦ ପଇସା ରହିଥିବା ବେଳେ ବାଲେଶ୍ୱରରେ ପେଟ୍ରେଲ ଲିଟର ପିଛା ୧୦୩ ଟଙ୍କା ୭୬ ପଇସା ରହିଛି । ତଥ୍ୟ କହୁଛି ୨୦୨୦ ଏପ୍ରିଲରୁ ଏବେ ସୁଦ୍ଧା, ଅର୍ଥାତ୍ ଗତ ଦେଢ଼ ବର୍ଷରେ ପେଟ୍ରୋଲ ଲିଟର ପିଛା ୩୦ ଟଙ୍କାରୁ ଅଧିକ ଓ ଡିଜେଲ୍ ମଧ୍ୟ ୩୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ସାରିଲାଣି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……