Report Card Odisha

| Daily Odia News

ପୁଣି ୧୧ ପର୍ଯ୍ୟନ୍ତ ରିମାଣ୍ଡରେ ଯିବେ ଆର୍ୟନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି ବଢ଼ିଲା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସମସ୍ୟା | ପୁଣି ରିମାଣ୍ଡରେ ନେବାକୁ NCB କୋର୍ଟରେ ଆବେଦନ କରିଛି | ଗୁରୁବାର କ୍ରୁଜ ଜାହାଜ ମାମଲା କୋର୍ଟରେ ଶୁଣାଣି ହେଉଛି। କ୍ରୁଜ୍ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଅଡୁଆ ବଢୁଛି। ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏକ ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା। ଏଥିମଧ୍ୟରେ ତାଙ୍କର ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନ୍‌ମୁନ୍‌ ଧାମେଚାଙ୍କ ନାମ ରହିଛି। ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ ଜାହାଜରୁ ସମସ୍ତଙ୍କୁ ଗିରଫ କରାଯାଇଥିଲା। କ୍ରୁଜ ଜାହାଜ ମାମଲାରେ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଆର୍ୟନ, ଅରବାଜ, ମୁନ୍‌ମୁନ୍‌ ଏବଂ ଅନ୍ୟ ୫ ଜଣଙ୍କୁ ରିମାଣ୍ଡରେ ନେବାକୁ ଏନ୍‌ସିବି କୋର୍ଟରେ ପୁଣି ଆବେଦନ କରିଛି। ବର୍ତ୍ତମାନ ସୁଦ୍ଧା ଏନ୍‌ସିବି ଏହି ଡ୍ରଗ୍ସ କାରବାର ମାମଲାରେ ୧୭ ଜଣଙ୍କୁ ଗିରଫ କରି ସାରିଲାଣି |

Breaking News