ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଶ୍ରୀନଗର ଅନ୍ତର୍ଗତ ସାଫା କଦଲ ଅଞ୍ଚଳରେ ଆତଙ୍କବାଦୀଙ୍କ ବର୍ବରତା କାଣ୍ଡ ଦେଖିବାକୁ ମିଳିଛି | ଅଜ୍ଞାତ ଆତଙ୍କବାଦୀମାନେ ସ୍କୁଲ୍ ଜଣେ ପ୍ରିନ୍ସିପାଲ୍ ଏବଂ ଜଣେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ପ୍ରିନ୍ସିପାଲ୍ ହେଉଛନ୍ତି ୪୪ ବର୍ଷିୟ ସୁପିନ୍ଦର କୌର୍ ଏବଂ ଶିକ୍ଷକଙ୍କ ନାମ ଦୀପକ ଚାନ୍ଦ। ଉଭୟ ସଙ୍ଗମସ୍ଥିତ ‘ଗଭର୍ଣ୍ଣମେଣ୍ଟ୍ ବଏଜ୍ ହାଇୟର୍ ସେକେଣ୍ଡାରି ସ୍କୁଲ୍ରେ କାମ କରୁଥିଲେ। ତୁରନ୍ତ ଦୁହିଁଙ୍କୁ ସୌରାସ୍ଥିତ ‘ଏସ୍କେଆଇଏମ୍ଏସ୍’ ହସ୍ପିଟାଲ୍କୁ ନିଆଯାଇଥିଲା କିନ୍ତୁ, ପହଞ୍ଚୁ ପହଞ୍ଚୁ ସେମାନଙ୍କର ମୃତ୍ୟୁ ହୋଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ସମ୍ପୃକ୍ତ ଅଞ୍ଚଳକୁ ‘କର୍ଡନ୍ ଅଫ୍’ କରି ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ପୂର୍ବାହ୍ନ ପ୍ରାୟ ୧୧.୧୫ରେ ଆତଙ୍କବାଦୀମାନେ ଶ୍ରୀନଗର ଜିଲ୍ଲାର ସଙ୍ଗମ ଇଦ୍ଗାରେ ଦୁଇଜଣ ସ୍କୁଲ୍ ଶିକ୍ଷକଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ସେ ଅଞ୍ଚଳକୁ ‘କର୍ଡନ୍’ କରାଯାଇ ଆକ୍ରମଣକାରୀଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଛି। ସ୍ମରଣଯୋଗ୍ୟ, ଦୁଇ ଦିନ ତଳେ ଗୋଟାଏ ଘଣ୍ଟା ମଧ୍ୟରେ ତିନୋଟି ପୃଥକ୍ ଘଟଣାରେ ଆତଙ୍କବାଦୀମାନେ କଶ୍ମୀରରେ ଜଣେ ଔଷଧ ବ୍ୟବସାୟୀ, ଜଣେ ରାସ୍ତାକଡ଼ ଜଳିଖିଆ ବିକ୍ରେତା ଏବଂ ଜଣେ କାର୍ ଚାଳକଙ୍କୁ ଗୁଳି ମାରି ହତ୍ୟା କରିଥିଲେ।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……