Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ମୋଦି ଅବଶିଷ୍ଟ ବିଶ୍ୱ ପାଇଁ ପ୍ରେରଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଶିଷ୍ଟ ବିଶ୍ୱ ପାଇଁ ପ୍ରେରଣା । ୧ ନିୟୁତ ପରିବାରକୁ ସ୍ୱଚ୍ଛ ଜଳ ଏବଂ ଅକ୍ଷୟ ଶକ୍ତି ଯୋଗାଇଦେବାକୁ ରଖିଥିବା ସୁଦୂରପ୍ରସାରୀ ଲକ୍ଷ୍ୟ ପାଇଁ ସେ ଜଣେ ପ୍ରେରଣାର ଉତ୍ସ ପାଲଟିଥିବା କହିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ । ସଂପ୍ରତି ଭାରତ ଗସ୍ତରେ ଥିବା ଫ୍ରେଡେରିକସେନ କହିଛନ୍ତି ଯେ ଡେନମାର୍କ ଗସ୍ତ କରିବାକୁ ମୋଦି ତାଙ୍କ ଆମନ୍ତ୍ରଣ ରକ୍ଷା କରିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଯେ ଭାରତ ଓ ଡେନମାର୍କ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ନିୟମ ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥା ଉପରେ ବିଶ୍ୱାସ କରନ୍ତି ଏବଂ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ କିଭଳି ପରିବେଶ ଅନୁକୂଳ ଅଭିବୃଦ୍ଧି ଏବଂ ସବୁଜ ରୂପାନ୍ତରଣ ଏକ ସମୟରେ ସମ୍ଭବ ହୋଇପାରିବ, ତାହାର ଏକ ବଳିଷ୍ଠ ଉଦାହରଣ ହୋଇଛି । ଏଠାରେ ଦ୍ୱିପାକ୍ଷିକ ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ଡେନମାର୍କ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୋଭିଡ-୧୯ ମହାମାରୀ ସମୟରେ ଭାରତ ଓ ଡେନମାର୍କ ସେମାନଙ୍କ ମଧ୍ୟରେ ସହଯୋଗ ଜାରି ରଖିଛନ୍ତି । ସେମାନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ଅବସରରେ ସେମାନେ ଦୁଇ ଦେଶ ମଧ୍ୟରେ ଏକ ପରିବେଶ ଅନୁକୂଳ କୌଶଳାତ୍ମକ ସହଭାଗିତା ସ୍ଥାପନ କରିବାକୁ ସ୍ଥିର କରିଥିଲେ । ଆଜି ସେମାନେ ତାହାର ସମୀକ୍ଷା କରିବା ସହିତ ସେ ସମ୍ପର୍କରେ ନିଜର ପ୍ରତିବଦ୍ଧତାକୁ ଦୋହରାଉଛନ୍ତି । ସୂଚନାଯୋଗ୍ୟ ଯେ ଡେନମାର୍କ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ରାଷ୍ଟ୍ରପତି ଭବନଠାରେ ସ୍ୱାଗତ କରିଥିଲେ । ଫ୍ରେଡେରିକସେନ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।

Breaking News