ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମଙ୍କୁ ପୁଣି ଆଜୀବନ କାରାଦଣ୍ଡାଦେଷ ଦଣ୍ଡିତ କରାଯାଇଛି। ଡେରା ମ୍ୟାନେଜର ରଣଜିତ ସିଂହ ତହ୍ୟା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ ସ୍ପେଶାଲ କୋର୍ଟ। ଏଥିସହ ରାମ ରହିମଙ୍କ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। କେବଳ ସେତିକି ନୁହେଁ ଜରିମାନା ବାବଦକୁ ରାମ ରହିମଙ୍କୁ ୩୧ ଲକ୍ଷ ଓ ଅନ୍ୟ ୪ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି କୋର୍ଟ। ୨୦୦୨ରେ ପୂର୍ବତନ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାୟ ଶୁଣାଇବା ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇ ୧୪୪ ଧାରା ଲାଗୁ କରାଯାଇଥିଲା।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..