ରିପୋର୍ଟ କାର୍ଡ / ଭୁବନେଶ୍ୱର
୨ ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବା ନେଇ ବିଚାର ଚାଲିଛି। ବର୍ତ୍ତମାନ ୧ କୋଟି ୪୦ ଲକ୍ଷ ହିତାଧିକାରୀ ଅଛନ୍ତି। ଯେଉଁ ଟୀକାକରଣ କେନ୍ଦ୍ର ଅଛି , ସେଥିରେ ଚାଲିବା ସହ ଅଧିକ ଟୀକାକରଣ କେନ୍ଦ୍ର ବଢ଼ାଯିବ। ଏହି ସମୟରେ ରାଜ୍ୟ ସରକାରଙ୍କ ଅନ୍ୟ ଟୀକାକରଣ କାର୍ଯ୍ୟକ୍ରମ ବି ଜାରି ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ଟୀକାକରଣ କରାଯିବ। ଯାଇକକ ଡି ୩ ଡୋଜ ଦିଆଯିବ। କୋଭକ୍ସିଂନ ୨ ଡୋଜ ଦିଆଯିବ। ଯାଇକକ ଡି ଟୀକା କାଲି ରାଜ୍ୟ ମାନଙ୍କୁ ତାଲିମ ଦେବ କେନ୍ଦ୍ର । ଭରଚୁଆଲ ମୋଡ଼ରେ ଦିଆଯିବ ଏହି ଟ୍ରେନିଂ। ଫାର୍ମା ଜେଟ ଟେକନିକ ଜରିଆରେ ଟୀକା ଦିଆଯିବ। ଏ ସଂକ୍ରାନ୍ତରେ ଆସନ୍ତାକାଲି କେନ୍ଦ୍ର ରାଜ୍ୟମାନଙ୍କୁ ତାଲିମ ଦେବା ପରେ ଜିଲ୍ଲା ସ୍ତରରେ ତାଲିମ ଦିଆଯିବ। କୋଭାକ୍ସିନ୍ ପାଇଁ କିଛି ସମସ୍ୟା ନାହିଁ । ବର୍ତ୍ତମାନ ରାଜ୍ୟରେ ଭିତ୍ତିଭୂମି ରହିଛି। ଟିକାକର୍ମୀ ବି ଅଛନ୍ତି । ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ଟୀକାକରଣ ଆରମ୍ଭ ହେବ।ତୃତୀୟ ଲହରରେ ପିଲା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ କୌଣସି ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିପାରେ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..