ରିପୋର୍ଟ କାର୍ଡ / ଭୋପାଳ
ମଝି ଆକାଶରେ ବାୟୁସେନାର ମିରାଜ ଯୁଦ୍ଧ ବିମାନ ଦୁଇଖଣ୍ଡ ହୋଇଯାଇଥିବା ସୂଚନା ମିଳିଛି । ତେବେ ପାଇଲଟ ସୁରକ୍ଷିତ ରହିଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳର ମନକାବାଗ୍ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ଏଥିରେ ଥିବା ପାଇଲଟ ଅଭିଳାଷ ପାରାଶୁଟ୍ରେ ସୁରକ୍ଷିତ ଭାବେ ଅବତରଣ କରିବାରେ ସଫଳ ରହିଛନ୍ତି। ସେ ଗ୍ବାଲିୟରର ବାୟୁସେନା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିିଥିଲେ। କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପାଇଲଟଙ୍କ ପାରାଶୁଟରେ ସୁରକ୍ଷିତ ଅବତରଣ ଏବଂ ବିମାନ ଦୁର୍ଘଟଣାର ଭିଡ଼ିଓ କେତେକ ଗ୍ରାମବାସୀ ମୋବାଇଲ କ୍ୟାମେରା ଦ୍ୱାରା ଶୁଟିଂ କରିଛନ୍ତି। ଏବେ ଏହା ସୋସିଆଲ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପାଇ ବାୟୁସେନା ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିରାଜ ଯୁଦ୍ଧ ବିମାନଟି କେଉଁ କାରଣରୁ ମଝି ଆକାଶରେ ଦୁଇଖଣ୍ଡ ହୋଇଛି ତାହାର ତଦନ୍ତ ଜାରି ରହିଛି। ବିମାନର ଭଗ୍ନାବଶେଷ ଗାଁର ଚାଷ ଜମିରେ ବିଛାଡ଼ି ହୋଇ ପଡ଼ିଛି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..