ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତକାଲି ମୁଣ୍ଡଳୀ ବ୍ୟାରେଜରୁ ମହାନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କର ମିଳୁନି ପତ୍ତା | ଆଜି ସକାଳେ ପୁଣି ଦମକଳ ବାହିନୀ ଖୋଜାବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ମିଳିଥିବା ସୂଚନା ଅନୁସାରେ- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଚନ୍ଦ୍ରମଣୀ ତ୍ରିପାଠୀ ଗୁରୁବାର ଏକ ସ୍କୁଟି ଯୋଗେ ଆସି ମହାନଦୀକୁ ଡେଇଁଥିଲେ । ଖବର ପାଇ ଭୁବନେଶ୍ବର ସିଆରପି ଅଞ୍ଚଳରେ ରହୁଥିବା ପରିବାର ଲୋକେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରିଥିଲେ । ଜାଣିବାକୁ ମିଳିଥିଲା କି ନିଖୋଜ ଯୁବକ ଚନ୍ଦ୍ରମଣୀ ତ୍ରିପାଠୀ, ବୟସ ୩୫ ବର୍ଷ । ସେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେ କେଉଁ କାରଣ ପାଇଁ ଏଭଳି ନିଷ୍ପତି ନେଲେ ତାର କାରଣ କଣ ସ୍ପଷ୍ଟ ହୋଇନାହିଁ | ଉଲ୍ଲେଖ ଯୋଗ୍ୟ -ଗୁରୁବାର ବାରଙ୍ଗ ପୋଲିସ ଏବଂ ଦମକଳବାହିନୀ ଖୋଜାଖୋଜି କରିବା ବେଳେ ସନ୍ଧା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..