ରିପୋର୍ଟ କାର୍ଡ / ସମ୍ବଲପୁର
ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି । ସେ ବିଜେଡି ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିଲେ | ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି |ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ସରକାରୀ ଦଳ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ଶୈଳଶ ଦାନିଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ କରୁଥିବାର ଅଭିଯୋଗ ଆସିଥିଲା । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପର୍ଯ୍ୟବେକ୍ଷକ ଘଟଣାର ତର୍ଜମା କରିଥିଲେ । ଶେଷରେ ଆଜି ଦଳ ତାଙ୍କୁ ନିଲମ୍ବିତ କରାଯାଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..