ରିପୋର୍ଟ କାର୍ଡ / ପୁରୀ
ଭିଜିଲାନ୍ସ ଜାଲରେ ପୁରୀ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା । ଆଜି ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ତହସିଲଦାରଙ୍କ ଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା। ପରେ ସରକାରୀ ଘରୁ ମିଳିଥିଲା ୫୦ ହଜାର ଟଙ୍କା ମିଳିଛି। ଏହା ପରେ ତାଙ୍କର କଟକର ସିଡିଏ ଘର ସହିତ ଧାନମଣ୍ଡଳ ଓ ଗରଦପୁର ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ। ସର୍ଚ୍ଚ ଅପରେସନରେ ଜଣେ ଆଡିସନାଲ ଏସ୍ପି, ୭ ଡିଏସ୍ପି ସାମିଲ ଅଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।






More Stories
ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ…..