Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର…..

ରିପୋର୍ଟ କାର୍ଡ / ପୁରୀ

ଭିଜିଲାନ୍ସ ଜାଲରେ ପୁରୀ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା । ଆଜି ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ତହସିଲଦାରଙ୍କ ଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା। ପରେ ସରକାରୀ ଘରୁ ମିଳିଥିଲା ୫୦ ହଜାର ଟଙ୍କା ମିଳିଛି। ଏହା ପରେ ତାଙ୍କର କଟକର ସିଡିଏ ଘର ସହିତ ଧାନମଣ୍ଡଳ ଓ ଗରଦପୁର ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ। ସର୍ଚ୍ଚ ଅପରେସନରେ ଜଣେ ଆଡିସନାଲ ଏସ୍‌ପି, ୭ ଡିଏସ୍‌ପି ସାମିଲ ଅଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।

Breaking News