ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ଧନତେରସ | ଦେଶବ୍ୟାପୀ ଧନତେରସ ପର୍ବ ପାଳନ କରାଯାଉଛି । ଧନତେରସ ରେ ମା’ ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ । ଏହି ଦିନ ସୁନା ରୁପା କିଣିବାକୁ ଶୁଭ ବୋଲି ମାନାଯାଇଥାଏ । ଏହି ଦିନ ନୂଆ ନୂଆ ଜିନିଷ ଘରକୁ ଆଣିବା ଦ୍ୱାରା ଘରେ ଶୁଭ ତଥା ସମୃଦ୍ଧିର ଆଗମନ ହୋଇଥାଏ ବୋଲି ମାନ୍ୟତା ରହିଛି । ତେବେ ଏହି ଦିନ କିଛି ଖାସ୍ କଥା ଉପରେ ଧ୍ୟାନ ରଖିବା ଜରୁରୀ । ଧନତେରସ ଦିନ ଝାଡୁ କିଣିବାର କାରଣ। ଦୀପାବଳିରେ ଦୀପ। ଧନତେରସ ୨୦୨୧ ରେ ଘରକୁ ନେଇ ଆସନ୍ତୁ ଏହି ୫ ଟି ଜିନିଷ ମଧ୍ୟରୁ ଗୋଟେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷ ସାରା ବର୍ଷୁ ଥିବ। ଘରେ ଧନର ଅଭାବ ରହିବ ନାହିଁ। ବନ୍ଧୁଗଣ ଏବେ ପର୍ବ ପର୍ବାଣୀର ଦିନ ଆରମ୍ଭ ହୋଇଗଲାଣି। ଏବଂ ଏହି ଦୀପାବଳିରେ ଚାଲୁଥିବା ୫ ଦିନ ମଧ୍ୟରୁ ଯେଉଁ ଗୋଟେ ଦିନ ଥାଏ ଧନତେରସ ଦିନ ଏହି ଦିନକୁ କିଣା କିଣିରେ ବିଶେଷ ମହତ୍ୱ ଦିଆଯାଇଥାଏ। ବହୁତ ବଡ଼ ଶୁଭ କାର୍ଯ୍ୟ ବୋଲି ମାନାଯାଇଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ୨୦୨୧ ର ଧନତେରସ ବିଷୟରେ ଜଣେଇବୁ। ତେଣୁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ବନ୍ଧୁଗଣ ଝାଡୁ ପ୍ରତ୍ୟକଙ୍କ ଘରେ ଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଝାଡୁକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ। ଝାଡୁକୁ ନେଇ ବହୁତ ଶୁଭ ଏବଂ ଅଶୁଭ କଥା ରହିଛି ଏବଂ ଝାଡୁକୁ ଆପଣ କେମିତି ରଖିବେ କେବେ କିଣିବେ କେବେ ଆପଣ ଏହାକୁ ଫୋପାଡିବେ ଏମିତି ଅନେକ ନିୟମ ଅଛି। ଆପଣମାନେ ଧନତେରସ ଦିନ ଏହି ପ୍ରୟୋଗକୁ ନିଶ୍ଚୟ କରନ୍ତୁ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ। ଧନତେରସ ଠୁ ନେଇ ଦୀପାବଳି ପର୍ଯ୍ୟନ୍ତ ବହୁତ କିଛି ପ୍ରସ୍ତୁତି କରନ୍ତି। ପ୍ରତ୍ୟକ ଧନତେରସ ଦିନ କିଣା କିଣି ନିଶ୍ଚୟ କରନ୍ତି କାରଣ କୁହାଯାଏ କି ଧନତେରସ ଦିନ କିଛି ବି କିଣିଲେ ଆପଣ ଘରକୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇ ଆସୁଛନ୍ତି। ସେଥିପାଇଁ ପ୍ରତ୍ୟକ ଲୋକ ଏହି ଦିନ କିଛି ନାଁ କିଛି ଘରକୁ କିଣି ଆଣିଥାନ୍ତି।
ପରମ୍ପରା ଅଛି କି ଏହି ଦିନ ସୁନା କିଣିବାକୁ ଶୁଭ ବୋଲି ମାନାଯାଏ। ବହୁତ ଆଗରୁ ଏହି ପରମ୍ପରା ରହିଆସିଛି। ଯାହା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ଧନରାଜ କୁବେର ଏବଂ ଧନନ୍ତରୀ ଦେବୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କୁ ଶୁଭ ଫଳର ପ୍ରାପ୍ତି ହେବ। ଧନର ଅଭାବ କେବେ ମଧ୍ୟ ରହିବ ନାହିଁ। ଯଦି ଆପଣ ଧନତେରସ ଦିନ କଇଁଛର ମୁଦି ଚାନ୍ଦିରେ ତିଆରି କରି ଅନାମିକା ଆଙ୍ଗୁଳିରେ ପିନ୍ଧିବେ ତ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ। ଯଦି ଆପଣ ଚାନ୍ଦିର କିଣି ପାରୁନାହାନ୍ତି ତେବେ ପିତଳରେ ବି କିଣି ପାରିବେ। ଆପଣ ଧନତେରସ ଦିନ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ଫୋଟ କିମ୍ବା ମୂର୍ତି କିଣି ଆଣନ୍ତୁ। ହେଉଛି ମୟୁର ପଙ୍ଖକୁ ବହୁତ ଶୁଭ ମାନାଯାଏ। ଆପଣ ଏହି ମୟୁର ପଙ୍ଖକୁ ଘରର ମୁଖ୍ୟ ଦ୍ୱାରରେ ଲଗେଇ ଦିଅନ୍ତୁ। ଆପଣ ଯେଉଁଠାରେ ଘରେ ଭଗବାନ କୃଷ୍ଣଙ୍କର ଫୋଟ କିମ୍ବା ମୂର୍ତି ରଖି ଛନ୍ତି ସେଠାରେ ଲଗେଇ ଦିଅନ୍ତୁ। ଏହା ଦ୍ବାରା ଧନର ବର୍ଷା ହେବ। ଆପଣ ଘରକୁ ଶଙ୍ଖ ଆଣନ୍ତୁ। ଏହାକୁ ବହୁତ ଶୁଭ ମାନାଯାଏ। ପଞ୍ଚମ ଜିନିଷ ହେଉଛି ମା ଲକ୍ଷ୍ମୀଙ୍କର ପାଦୁକ ବା ଚରଣ। ଆପଣ ଏହାକୁ ପୂଜା ସ୍ଥାନରେ ରଖନ୍ତୁ କିମ୍ବା ମା ଲକ୍ଷ୍ମୀଙ୍କ ସାମ୍ନାରେ ରଖିଦିଅନ୍ତୁ। ଘରେ ଧନର ଅଭାବ କେବେ ମଧ୍ୟ ହେବନାହିଁ।ଆପଣ ଧନତେରସ ଦିନ ଯେଉଁ ବି ଜିନିଷ ଆଣିବେ ତାକୁ ଦୀପାବଳି ଦିନ ନିଶ୍ଚୟ ପୂଜା କରିବେ। ଏମିତିରେ ବହୁତ ଲୋକ ଧନତେରସ ଦିନ ଗାଡି କିଣନ୍ତି। ଧନିଆ ମାତ୍ର ୧୦ ଟଙ୍କାରେ ଧନିଆ କିଣି ଆଣନ୍ତୁ ଏହା ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ। ଏହାକୁ କୌଣସି ବି ଗାମ୍ବଲାରେ ଭିଜେଇକି ଚାରା ସୃଷ୍ଟି କରନ୍ତୁ। ଏଥିରେ କୌଣସି ବି ଟଙ୍କା ଖର୍ଚ୍ଚ ହେବନାହିଁ ଏବଂ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହେବ। ଯଦି ଆପଣ ଦୌଡୁଥିବା ୭ ଟି ଘୋଡାର ଫୋଟ ଆଣନ୍ତି ଏହା ଦ୍ବାରା ମଧ୍ୟ ଧନର ଅଭାବ କେବେବି ହେବ ନାହିଁ। ଏହିସବୁକୁ ବହୁତ ଲାଭକାରୀ ମାନାଯାଏ।
ପୁରୁଣା ଝାଡୁକୁ ବ୍ୟବହାର କରନ୍ତୁ ନାହିଁ। ତେଣୁ ଆପଣ ଧନତେରସ ଦିନ ନୂଆ ଝାଡୁ କିଣନ୍ତୁ। । କାରଣ ଏହା ନକରାତ୍ମକତାକୁ ଦୂର କରି ଘରେ ସକାରାତ୍ମକତାର ସଂଚାର କରିଥାଏ। ହିନ୍ଦୁ ଧର୍ମରେ ମାନ୍ୟତା ଅଛି ଯେ ଦୀପାବଳି ଦିନ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ। ମା ଲକ୍ଷ୍ମୀ ଦୀପାବଳି ଦିନ ଯାହା ଘରେ ବାସ କରନ୍ତି ସେହି ଘରେ ଧନର ଅଭାବ ରହିନଥାଏ। ତେବେ ଏହି ଦିନ ଲୋକମାନେ ସମସ୍ତ ସ୍ଥାନରେ ଦୀପ ଜାଳି ଆଲୋକିତ କରିଥାନ୍ତି। ଦୀପାବଳି ଦିନ ଗୋଟିଏ ଦୀପ ନେଇ ଅସ୍ତ ଗଛ ମୂଳେ ଲଗାନ୍ତୁ। କୁହାଯାଏ ଯେ ଅସ୍ତ ଗଛ ମୂଳରେ ୩୩କୋଟି ଦେବୀ ଦେବତା ବାସ କରନ୍ତି। ଏଣୁ ଏହି ଜାଗାରେ ଦୀପ ଲଗାଇବା ଦ୍ୱାରା ଭଗବାନଙ୍କର ଆଶୀର୍ବାଦ ମିଳିବା ସହିତ ଘରକୁ ଧନ ଅଗମନର ବାଟ ଖୋଲି ଥାଏ। ଘରର ମୁଖ୍ୟ ଦ୍ୱାର ଦୁଇ ପାଖରେ ଦୀପ ଲଗାନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ମା ଲକ୍ଷ୍ମୀଙ୍କୁ ଘରକୁ ସ୍ୱାଗତ କରିବା ପାଇଁ ଏହା ଠାରୁ ଭଲ ଉପାୟ କିଛି ନାହିଁ।
Discussion about this post