ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଅଟକାଇ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ। ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ ମନ୍ତ୍ରୀଙ୍କୁ ରାସ୍ତା ମଝିରେ ଇସ୍ତଫା ମାଗିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ଭବାନୀପାଟଣା ସହର ଏମ୍ଏସ୍ଏ ଛକରେ ମନ୍ତ୍ରୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଦୀପଜ୍ୟୋତି। ମନ୍ତ୍ରୀ ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ପରେ କାହିଁକି ବାହାରିଲେ ବୋଲି ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ତେବେ ଏନେଇ ମନ୍ତ୍ରୀ ଦିବ୍ୟଶଙ୍କର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଏନେଇ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ କହିଛନ୍ତି ଯେ ମମିତା ହତ୍ୟାକାଣ୍ଡ ପରଠୁ ମନ୍ତ୍ରୀ ଚୁପ୍ ରହିଥିଲେ। ପରେ ମାଣିକେଶ୍ୱରୀଙ୍କ ନାଁରେ ରାଣ ଖାଇଥିଲେ। ଆମେ ତାଙ୍କୁ କିଛି ପ୍ରଶ୍ନ ପଚାରିବା ପାଇଁ ଅପେକ୍ଷାରେ ଥିଲୁ। ତେବେ ମନ୍ତ୍ରୀ ଘର ନିକଟରେ ଛିଡ଼ା ହୋଇଥିବା ସମୟରେ ମୁଁ ମନ୍ତ୍ରୀଙ୍କୁ ଇସ୍ତଫା କାହିଁକି ଦେଉ ବୋଲି ପଚାରିଥିଲି। କାହିଁକିନା ତାଙ୍କର ଇସ୍ତଫାରେ ହିଁ ହତ୍ୟାକାଣ୍ଡର ତଦନ୍ତ ନିରପେକ୍ଷ ହୋଇପାରିବ। ଏପରିକି ହତ୍ୟାକାଣ୍ଡକୁ ନେଇ ବିଳମ୍ବରେ ମୁହଁ ଖୋଲିବା ବିଷୟ ମୁଁ ପଚାରିଥିଲି।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..