ରିପୋର୍ଟ କାର୍ଡ / ମୁୁମ୍ବାଇ
ଆକ୍ସନ ମୋଡ଼ରେ ମହାରାଷ୍ଟ୍ରର ଆୟକର ବିଭାଗ | ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ୧୦୦୦ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରିଛି ବିଭାଗ । ମୁମ୍ବାଇର ନରିମମ ପଏଣ୍ଟରେ ନିର୍ମଳ ଟାୱାର ସହିତ ପାଞ୍ଚ ସଂପତ୍ତିକୁ ଆଇଟି ବିଭାଗ ବ୍ୟାଜାପ୍ତ କରିଥିବା ସୂଚନା ମିଳିଛି । ବିଭାଗ ଗତ ମାସରେ ପାୱାରଙ୍କ ଭଉଣୀଙ୍କ ଘର ଏବଂ କମ୍ପାନୀ ଉପରେ ମଧ୍ୟ ଚଢାଉ କରିଥିଲା । ଏହା ପୂର୍ବରୁ ଆୟକର ବିଭାଗ ମୁମ୍ବାଇର କିଛି ରିୟଲ ଷ୍ଟେଟ୍ ବ୍ୟବସାୟୀ ଏବଂ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ପରିବାରର କିଛି ସଦସ୍ୟଙ୍କ ନିକଟରେ ୧୮୪ କୋଟି ଟଙ୍କାର ଏମିତି ସଂପତ୍ତି ବିଷୟରେ ଜାଣିବାକୁ ପାଇଥିଲା ଯାହାର କୌଣସି ହିସାବ ନଥିଲା । ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ପ୍ରେସ ବିବୃତିରେ କହିଥିଲା ଯେ, ଗତ ଅକ୍ଟୋବର ୭ରେ ମୁମ୍ବାଇ, ପୁଣେ, ବାରାମତି, ଗୋଆ ଓ ଜୟପୁରରେ ପ୍ରାୟ ୭୦ ଆଡ୍ଡା ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ବେଆଇନ ଅର୍ଥ କାରବାର ବିଷୟରେ ବିଭାଗ ଜାଣିବାକୁ ପାଇଥିଲା । ଏହାକୁ ହିଁ ସିବିଡିଟି ପ୍ରମାଣ ଭାବେ ବ୍ୟବହାର କରିଥିଲା । ଚଢାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । ଏହାର ତଦନ୍ତରୁ ଦୁଇଟି ଗ୍ରୁପ ନିକଟରେ ପ୍ରାୟ ୧୮୪ କୋଟି ଟଙ୍କା ଥିବା ଜଣା ପଡିଥିଲା । ଏହି ଅର୍ଥ କୌଣସି ହିସାବ ନଥିବା ଆୟକର ବିଭାଗ କହିଛି । ଏହି ଦୁଇ ଗ୍ରୁପର ନାଁ ଜଣାଇବାକୁ ବିଭାଗ ମନା କରି ଦେଇଛି ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……