Report Card Odisha

| Daily Odia News

ଇରାକ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍‌ ଆକ୍ରମଣ…..

Iraqi Prime Minister Mustafa al-Kadhimi poses in his office during an interview with The Associated Press in Baghdad, Iraq, Friday, July 23, 2021. (AP Photo/Khalid Mohammed)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ବାଗ୍‌ଦାଦ୍‌ସ୍ଥିତ ଇରାକୀୟ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ୍‌-କାଧିମିଙ୍କ ବାସଭବନ ଉପରେ ବିସ୍ଫୋରକପୂର୍ଣ୍ଣ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଏହି ଆକ୍ରମଣକୁ ଇରାକୀୟ ସେନା ହତ୍ୟା ଉଦ୍ୟମ କହିବା ସହ ପ୍ରଧାନମନ୍ତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିବା ପାଇଯାଇଥିଆବ ନେଇ ସୂଚନା ମିଳିଛି। ନିରାପତ୍ତା ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଡ୍ରୋନ୍‌ ଆକ୍ରମଣ ‌ଯୋଗୁଁ କାଧିମିଙ୍କର ବ୍ୟକ୍ତିଗତ ନିରାପତ୍ତା ସଦସ୍ୟଙ୍କ ମଧ୍ୟରୁ କେତେ ଜଣ ଆହତ ହୋଇଛନ୍ତି। ଗତ ମାସରେ ସାଧାରଣ ନିର୍ବାଚନର ଫଳାଫଳ ବିପକ୍ଷରେ ରାଜଧାନୀ ବାଗ୍‌ଦାଦ୍‌ରେ ଚାଲିଥିବା ପ୍ରତିବାଦ ହିଂସାକାଣ୍ଡରେ ପରିଣତ ହେବା ପରେ ଆଜି ଏଭଳି ଡ୍ରୋଡ଼ ଆକ୍ରମଣ କରାଯାଇଛି। ଭୋଟ୍‌ ଗ୍ରହଣ ଏବଂ ଭୋଟ୍‌ ଗଣନାରେ ବ୍ୟାପକ ଅନିୟମିତତା ‌ହୋଇଥିବା କଥା ସେମାନେ ଅଭିଯୋଗ କରିଥିଲେ। ବାଗ୍‌ଦାଦ୍ର ସବୁଠୁ ସୁରକ୍ଷିତ ‘ଗ୍ରିନ୍‌ ଜୋନ୍‌’ରେ ଅବସ୍ଥିତ କାଧିମିଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣ ପାଇଁ କୌଣସି ସଙ୍ଗଠନ ଦାୟୀ ବୋଲି ଏଯାବତ୍‌ ଦାବି କରି ନାହାନ୍ତି। ଉକ୍ତ ‘ଗ୍ରିନ୍‌ ଜୋନ୍‌’ରେ ସରକାରୀ କୋଠାବାଡ଼ି ଏବଂ ବିଦେଶୀ ଦୂତାବାସ ସବୁ ଅବସ୍ଥିତ। ଇରାକୀୟ ସେନା ଜାରି କରିଥିବା ବିବୃତି ଅନୁସାରେ, କାଧିମିଙ୍କ ବାସଭବନକୁ ‘ଟାର୍ଗେଟ୍‌’ କରି ଆକ୍ରମଣ କରାଯାଇଥିଲା କିନ୍ତୁ, ସେ ସୁରକ୍ଷିତ ଅଛନ୍ତି। ଏତିକ ଛଡ଼ା ଉକ୍ତ ବିବୃତିରେ ଅଧିକ କିଛି ବିବରଣୀ ଦିଆଯାଇ ନାହିଁ। କାଧିମିଙ୍କ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ କହିଛି, ପ୍ରଧାନମନ୍ତ୍ରୀ ସୁରକ୍ଷିତ ଅଛନ୍ତି। ଶାନ୍ତି ବଜାୟ ରଖନ୍ତୁ।

Breaking News