Report Card Odisha

| Daily Odia News

ଦୁଇ ଡୋଜର ଟିକା ନ ନେଲେ ଗିରଫ କରିବ ପୋଲିସ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ଲଢେଇରେ ଟିକାକୁ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ଏଭଳି ସ୍ଥିତିରେ ଟିକାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଭୟ ରହିଛି। ଯାହା ଦ୍ୱାରା ଲୋକେ ଟିକା ନେବାକୁ ଭୟବିତ୍ତ ହେଉଛନ୍ତି | ସରକାରଙ୍କ ପକ୍ଷରୁ ସଚେତନତା ପାଇଁ ପ୍ରୟାସ କରାଯାଉଥିଲେ ହେଁ କିଛି ଲୋକ ଏହାକୁ ଅମାନ୍ୟ କରୁଛନ୍ତି । ଏପରି ପରସ୍ଥିତିରେ ଦୁଇ ଡୋଜର ଟିକା ନ ନେଲେ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ ଗିରଫ କରାଯିବ ବୋଲି ଆଦେଶ ଦେଇଛନ୍ତି ସିଙ୍ଗରୌଲୀ ଜିଲ୍ଲା କଲେକ୍ଟର ରାଜୀବ ରଞ୍ଜନ ମୀନା ।

୧୫ ଡିସେମ୍ବର ମଧ୍ୟରେ ଦୁଇ ଡୋଜ ଟିକା ନନେଲେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେକ୍ଟର କହିଛନ୍ତି । ଏପରିକି ଦୁଇ ଡୋଜ ଟିକା ନେଇନଥିଲେ ହୋଟେଲ, ସିନେମା ହଲ, ମଲ ଭଳି ଯାଗାକୁ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିବ ନାହିଁ । ଏହା ପୂର୍ବରୁ ସାଧାରଣ ବଣ୍ଟନ ବିଭାଗ ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲା । ପରିବାର ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲେ ହେଁ ଯାଇ ରାସନ ପ୍ରଦାନ କରାଯିବ । ଏହା ସହିତ ଆସନ୍ତା ୩୦ ନଭେମ୍ବରରୁ ଏହି ନିୟମ କଡାକଡି ଭାବରେ ପାଳନ କରାଯିବ । ଇନ୍ଦୋରରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮ ପ୍ରତିଶତ ଲୋକ କରୋନାର ଦ୍ୱିତୀକୟ ଡୋଜ ଟିକା ନେଇଛନ୍ତି ।

Breaking News