ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଲୋକଙ୍କ ସେବାରେ ଧନ ବ୍ୟୟ କରିପାରନ୍ତି।
ବୃଷ : ଆୟ ଆଶାନୁରୂପ ହେବ। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ : କର୍ତ୍ତବ୍ୟକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିଜୟୀ ହେବେ।
କର୍କଟ : କର୍ମକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତା ହାସଲ କରିବେ ଓ ତା’ର ସଦ୍ ବ୍ୟବହାର କରି ଜନପ୍ରିୟ ହେବେ। ବିବାଦୀୟ ଘଟଣାରେ ଜିତାପଟ ନେବେ।
ସିଂହ : ପେଟରେ ଯନ୍ତ୍ରଣା ଦେଖା ଦେଇପାରେ। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦାତା, ଭୋକ୍ତା, ଗୁଣବାନ୍ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗଁୁ ସତର୍କ ରହିବେ।
କନ୍ୟା : ବନ୍ଧୁଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇ ଖୁସି ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଆନନ୍ଦ ଉପଭୋଗ କରିବେ।
ତୁଳା : ମନରେ ଦାମ୍ଭିକ ଭାବ ଉଦ୍ରେକ ହୋଇପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିପାରନ୍ତି।
ବିଛା : ଅନୁରୋଧ ରକ୍ଷାକରି ଅନ୍ୟକୁ ସାହାଯ୍ୟ କରିପାରନ୍ତି। ବକୟା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ଅନୁଦାନ ପାଇ ଖୁସି ହେବେ। ସୁସ୍ଥ ଓ ନିରାମୟ ରହିବେ।
ଧନୁ : ପରିଶ୍ରମର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବାସସ୍ଥାନ ପ୍ରଦୂଷଣମୁକ୍ତ ରହିବ। ଯାନ-ବାହନ ସୁଖ ମିଳିପାରେ। ରଜତ ଧନ ଦ୍ବାରା ଧନଶାଳୀ ହୋଇପାରନ୍ତି।
ମକର : କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଦେବଦର୍ଶନରେ ଆତ୍ମସନ୍ତୋଷ ମିଳିବ। ଅଶାନ୍ତି ଦୂର ହେବ। ଲାଭ ମିଳିବ।
କୁମ୍ଭ : ଭାଗ୍ୟଶାଳୀ ହେବେ। ମତିମାନ୍ ହୋଇପାରନ୍ତି। ଧନଯୁକ୍ତ ହେବାର ସୂଚନା ମିଳୁଛି। ଚଞ୍ଚଳମନା ଓ ଅତିସୁଖୀ ହେବେ। ଭାଷା ପରମ କଲ୍ୟାଣୀୟ ହୋଇପାରେ। ପୁଣ୍ୟବାନ୍, ସୁବିମଳ ଓ ଯଶସ୍ବୀ ହେବେ।
ମୀନ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ନୂଆବନ୍ଧୁ ଜୁଟିବେ।






More Stories
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..
ମନ ପ୍ରଫୁଲ୍ଲ ରହିବ……