ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣତଃ ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ, ଯେଉଁଥିରେ ଔଷଧୀୟ ଗୁଣ ଭରି ରହିଥାଏ।ଏମିତି ଏକ ଔଷଧୀୟ ଗୁଣ ଥିବା ଜିନିଷ ହେଉଛି ମେଥି। ଏହି ମେଥି ଆମକୁ ଅନେକ ରୋଗରୁ ଉପଶମ ଦେଇଥାଏ ବୋଲି ଆୟୁର୍ବେଦୀ ଡାକ୍ତର କୁହନ୍ତି। ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ ମେଥି ଦାନାରେ ଫାଇବର, ଭିଟାମିନ୍ ‘ଏ’ ଏବଂ ଭିଟାମିନ ‘ଡି’ ଭରପୂର ରହିଥାଏ। ମେଥିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ରହିଛି। ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ।

ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରିତ କରିଥାଏ। ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଆପଣଙ୍କ ଓଜନ ବୃଦ୍ଧି ପାଉଥିଲେ ଆଦୌ ଚିନ୍ତା ନ କରି ମେଥିକୁ ମହୁ ସହ ମିଶାଇ ଖାଇବା ଦ୍ୱାରା ଲାଭପ୍ରଦ ହୋଇଥାଏ। ମହୁରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ମାତ୍ରାରେ ରହିଛି। ଏହା କ୍ୟାଲୋରୀ କମ୍ କରିଥାଏ, ଯାହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ମେଥିକୁ ଗୁଣ୍ଡ କରି ଏହାକୁ ୧ ଚାମଚ ମହୁ ମିଶାଇ ପ୍ରତିଦିନ ଖାଇଲେ ଓଜନ କମିଥାଏ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ରାଜ୍ୟରେ ବଢ଼ିଲା କୋଭିଡ ମାମଲା,ଜନସାଧାରଣଙ୍କୁ ପରାମର୍ଶ….