ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୦୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୨୧ ଓ ସ୍ଥାନୀୟ ସଂକ୍ରମିତ ୮୫ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୨ ଜଣ ରହିଛନ୍ତି । ଅନୁଗୁଳରୁ ୨, ବାଲେଶ୍ୱର ୩, ଭଦ୍ରକ ୩, ବଉଦ ୨, କଟକ ୧୫, ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୪ ଓ ଯାଜପୁରରୁ ୧୨ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ୩, କନ୍ଧମାଳ ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୧୨୦, ସମ୍ବଲପୁର ୩, ସୁନ୍ଦରଗଡ ୫, ଷ୍ଟେଟପୁଲରୁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକରେ ୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୬୬୯ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଆଜିର ୨ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୧ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..