Report Card Odisha

| Daily Odia News

ଟିକା ପ୍ରମାଣପତ୍ର ଦେଖାଅ ମଦ ନିଅ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ଟିକା ପ୍ରମାଣପତ୍ର ଦେଖାଇଲେ ମଦ ମିଳିବ। କରୋନା ସଂକ୍ରମଣ ଏବଂ ମଦର ଚାହିଦାକୁ ଆଖି ଆଗରେ ରଖି ଏଭଳି ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଅବକାରୀ ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଟିକାକରଣ ଶେଷ ପର୍ଯ୍ୟାୟ ଆଡ଼କୁ ଯାଉଥିବା ବେଳେ ଏବେ ବି କିଛି ଲୋକ ରହିଛନ୍ତି, ଯେଉଁ କରୋନା ଟିକା ନେଇନାହାନ୍ତି। ଟିକା ନେଇନଥିବା ଲୋକମାନଙ୍କୁ ଟିକା ନେବାକୁ ପ୍ରବର୍ତ୍ତାଇବା ପାଇଁ ଖଣ୍ଡୱା ଜିଲ୍ଲା ଅବକାରୀ ବିଭାଗ ଏବେ ଭିନ୍ନ ବାଟ ଆପଣାଇଛି | କୌଣସି ବ୍ୟକ୍ତିଙ୍କୁ ମଦ ଦୋକାନକୁ ଯାଇ ମଦ କିଣିବାକୁ ହେ‌ଲେ କରୋନା ଟିକାର ପ୍ରମାଣପତ୍ର ଦେଖାଇବାକୁ ହେବ। ଯଦି କୌଣସି ବ୍ୟକ୍ତି କରୋନା ଟିକାର ଦୁଇଟି ଯାକ ଡୋଜ ନେଇନଥିବେ, ତେବେ ସେମାନଙ୍କୁ ମଦ ଦିଆଯିବ ନାହିଁ। ଏହି ନିୟମ ଖଣ୍ଡୱାରେ ଚାଲୁଥିବା ୫୫ଦେଶୀ ଏବଂ ୧୯ଟି ବିଦେଶୀ ମଦ ଦୋକାନରେ ଲାଗୁ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ସଙ୍ଗେ ସଙ୍ଗେ ଲାଗୁ କରାଯିବାକୁ କୁହାଯାଇଥିବା ବେଳେ ଏହି ପଦକ୍ଷେପ ପରେ ଜିଲ୍ଲାରେ ଟିକାକରଣ ସଫଳ ହେବ ବୋଲି ଆଶା କରାଯାଉଛି।

Breaking News