ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ପୁରୀ
ପୁରୀ ରେଳ ଷ୍ଟେସନ୍ ନାମ ପରିବର୍ତ୍ତନ କରିବା ଦାବି ନେଇ ବୁଧବାର ଓଡ଼ିଶା ବିଜେପିର ଏକ ପ୍ରତିନିଧି ମଣ୍ଡଳ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ପୁରୀ ରେଳ ଷ୍ଟେସନ୍ର ନାମ ଶ୍ରୀଜଗନ୍ନାଥ ଧାମ, ପୁରୀ କରିବାକୁ ଦାବି କରାଯାଇଛି। ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓଡ଼ିଶାର ଅନ୍ୟ ବିଜେପି ନେତା ଓ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରତିନିଧି ମଣ୍ଡଳରେ ସାମିଲ ହୋଇଥିଲେ। ଦାବି ଉପରେ ବିଚାର କରାଯିବ ବୋଲି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଶ୍ବାସନା ଦେଇଥିବା ଜାତୀୟ ପ୍ରବକ୍ତା ଡା. ପାତ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..