Report Card Odisha

| Daily Odia News

ଗାର୍ଲଫ୍ରେଣ୍ଡ ସହ ହୋଟେଲରେ ରହିବା ଅପରାଧ ନୁହେଁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାବାଳକ ଯୁବକ ଏବଂ ଯୁବତୀ ଅବିବାହିତ ହୋଇଥିଲେ ମଧ୍ୟ ପରସ୍ପର ସହମତିରେ ଶାରୀରିକ ସମ୍ପର୍କ ରଖି ପାରିବେ। ତେବେ ଏହା ମୌଳିକ ଅଧିକାର ଅଟେ ବୋଲି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛି କି, ସଂବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଭୁକ୍ତ। ହେଲେ ଏଥିପାଇଁ ସର୍ତ୍ତ ରହିଛି ଯେ ଉଭୟ ଯୁବକ ଏବଂ ଯୁବତୀ ସାବାଳକ ହୋଇଥିବେ। ତେବେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ବିନୟ କୁମାର ଗର୍ଗଙ୍କ କହିବା ଅନୁସାରେ, ଅବିବାହିତ ପୁଅ, ଝିଅ ଏକାଠି ହୋଟେଲରେ ରହିବା ଏବଂ ପରସ୍ପର ସହମତିରେ ଶାରୀରିକ ସଂବନ୍ଧ ରଖିବା ସେମାନଙ୍କର ମୌଳିକ ଅଧିକାର ଅଟେ। ହେଲେ ଦୁହେଁ ସାବାଳକ ହୋଇଥିବା ଦରକାର ନଚେତ ଆଇନ ଦ୍ୱାରା ଦଣ୍ଡିତ ହେବେ। ସଂବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଭୁକ୍ତ ମିଳୁଥିବା ମୌଳିକ ଅଧିକାରରେ ଉଲ୍ଲେଖ ଅଛି ଯେ ସ୍ବ ଇଚ୍ଛା ରେ ଆଉ କାହା ସହ ରହିବା ଏବଂ ଶା-ରୀ-ରିକ ସମ୍ପର୍କ ରଖିବା ଆଇନ ଅନୁଯାୟୀ ଏହା ଅପରାଧ ନୁହେଁ। ଏଥିପାଇଁ ବିବାହ ବନ୍ଧନରେ ବାନ୍ଧିହେବା ବାଧ୍ୟତାମୂଳକ ନୁହେଁ । ଯଦି କୌଣସି କପଲ ବିବାହ ନକରି କୌଣସି ହୋଟେଲରେ ସାଥିହୋଇ ରୁହନ୍ତି ତେବେ ଏହା ତାଙ୍କର ମୌଳିକ ଅଧିକାର ଅଟେ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇଛି। ଯଦି ଅବିବାହିତ ଯୁବକ ଯୁବତୀ ହୋଟେଲ ରେ ରହୁଛନ୍ତି ଏବଂ ପୋଲିସ ଆସି ଆପଣଙ୍କୁ ହଇରାଣ କରେ ତେବେ ଏହା ତାଙ୍କ ମୌଳିକ ଅଧିକାରକୁ କ୍ଷର୍ଣ୍ଣ କରାଯାଇଥିବା ବୋଲି ଗ୍ରହଣ କରାଯିବ। ଆଉ ପୋଲିସର ଏଭଳି କାର୍ଯ୍ୟକଳାପ ବିରୋଧରେ ଆପଣ ସମ୍ବିଧାନର ଅନୁଚ୍ଛେଦ ୩୨ ଆଧାରରେ କିମ୍ବା ୨୨୬ ଆଧାରରେ ସିଧାସଳଖ ହାଇକୋର୍ଟର ଦ୍ବାରସ୍ଥ ହୋଇପାରିବେ। କେବଳ ସେତିକି ନୁହେଁ ଉକ୍ତ ପୋଲିସଙ୍କ ବିରୁଦ୍ଧରେ ବରିଷ୍ଠ ପୋଲିସ ଅଧିକାରୀ ନିକଟରେ ଅଭିଯୋଗ କରି ପାରିବେ। ଏଥିସହିତ ହିଁ ପୀଡିତ କପଲଙ୍କ ନିକଟରେ ମାନବାଧିକାର ଆୟୋଗରେ ଅଭିଯୋଗ କରିବାର ମଧ୍ୟ ବିକଳ୍ପ ରହିଛି। କାରଣ ଅବିବାହିତ ପୁଅ ଏବଂ ଝିଅ ହୋଟେଲରେ ଏକାଠି ରହିବା କୌଣସି ଅପରାଧ ନୁହେଁ। ତେଣୁ ପୋଲିସ ନିକଟରେ ଅବିବାହିତ କପଲ ଙ୍କୁ ହଇରାଣ କିମ୍ବା ଗିରଫ କରିବାର କୌଣସି ଅଧିକାରୀ ନାହିଁ।

Breaking News