ରିପୋର୍ଟ କାର୍ଡ / ଝାରସୁଗୁଡା
ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡ଼ାନ ଦିବସ | ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅପରାହ୍ନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିବା ନେଇ ସୂଚନା ମିଳୁଛି। ବର୍ତ୍ତମାନ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର, କୋଲକତା, ହାଇଦ୍ରାବାଦ, ଦିଲ୍ଲୀ ଓ ଚେନ୍ନାଇକୁ ବିମାନ ସେବା ମିଳୁଛି। ଗତକାଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଝାରସୁଗୁଡ଼ା ବିମାନ ବନ୍ଦର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ ପବନ କୁମାର କହିଛନ୍ତି, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଉଡ଼ାନ ଦିବସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗଦେବେ। ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..