ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦ୍ରୁତ ଗତିରେ କମିବାରେ ଲାଗିଛି କରୋନାସଂକ୍ରମଣ | ଆଜି ୧୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି | ଚିହ୍ନଟ ଆକ୍ରାନ୍ତନକ ମଧ୍ୟରେ ସଂଗରୋଧରୁ ୯୮ ଓ ସ୍ଥାନୀୟ ସଂକ୍ରମିତ ୭୩ ଜଣ ରହିଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୩୪ ଜଣ ଥିବା ଜଣାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ରାଜ୍ୟର ଅନୁଗୁଳରୁ ୧, ବାଲେଶ୍ୱର ୫, ବରଗଡ ୧, ବଉଦ ୩, କଟକ ୧୦, ଢେଙ୍କାନାଳ ୧, ଗଜପତି ୨, ଗଞ୍ଜାମ ୭, ଜଗତସିଂହପୁର ୧, ଯାଜପୁର ୭ ଓ ଝାରସୁଗୁଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି କଳାହାଣ୍ଡିରେ ୨, କେନ୍ଦ୍ରାପଡା ୪, କେନ୍ଦୁଝର ୧, ଖୋର୍ଦ୍ଧା ୭୬, ମୟୁରଭଞ୍ଜ ୫, ପୁରୀ ୫, ରାୟଗଡା ୧, ସମ୍ବଲପୁର ୧୩, ସୋନପୁର ୧, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୧୮ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୪ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକ ଜଣଙ୍କ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ମିଳିଛି ।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..