ରିପୋର୍ଟ କାର୍ଡ / ପୁରୀ
ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣର ଭିତ୍ତ୍ରିସ୍ତର ସ୍ଥାପନ । ଏ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯିବ । ଏହି ଯଜ୍ଞ ଉତ୍ସବ ୩ ଦିନ ଧରି ଚାଲିବ । ଆଜିଠାରୁ ଶ୍ରୀମନ୍ଦିର ଐତିହ୍ୟ କରିଡର୍ର ତିନିଦିନିଆ ଭୂମିପୂଜନ ପର୍ବ ଆରମ୍ଭ ହେବ। ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଯଜ୍ଞ ଓ ପୂଜାର୍ଚ୍ଚନା ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ଭାବେ କାର୍ଯ୍ୟ କରିବାର ଥିବାରୁ ରବିବାର ଶ୍ରୀନଅରରେ ଗୁଆଟେକା ନୀତି ସମ୍ପନ୍ନ ହୋଇଛି । ଗଜପତିଙ୍କ ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣ, ଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ରବିବାର ବ୍ରାହ୍ମଣ ଅଧିବାସ ପରେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଛି । ସୋମବାର ଯଜ୍ଞ ଉତ୍ସବ ଆରମ୍ଭ କରାଯିବ ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..