ରିପୋର୍ଟ କାର୍ଡ / ଖୋର୍ଦ୍ଧା
ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କୁ ହାତୀ ଆକ୍ରମଣ କରିଛି । ଏଥିରେ ପ୍ରାୟ ୫ ବନ କର୍ମଚାରୀ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଘଟିଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ବନଖଣ୍ଡ ଓ ଟାଙ୍ଗି ବନଖଣ୍ଡ ଅଞ୍ଚଳରେ ପ୍ରାୟ ୩୦ଟିକିଆ ହାତୀ ପଲ ମାତିଛନ୍ତି। ଧନଜୀବନ ହାନୀ ହେଉଥିବା ବେଳେ ଲୋକେ ଅସନ୍ତୋଷ ଥିଲେ | ଏପରି ସ୍ଥିତିରେ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରି ତାଙ୍କ ଶରୀରରେ ଜିପିଏସ୍ ସିଷ୍ଟମ ଖଞ୍ଜିବାକୁ ବାଙ୍ଗାଲୋରରୁ ଏକ ଟିମ୍ ଆସି ପହଞ୍ଚିଛନ୍ତି। ଗତ ରାତିରେ ଖୋର୍ଦ୍ଧାର ଗୟାବନ୍ଧ ଗାଁ ପାଖ ଖେଳପଡ଼ିଆ ପାଖରେ ଏକ ହାତୀ ଥିବା ସୂଚନା ପାଇ ଖୋର୍ଦ୍ଧା ଡିଏଫଓ, ଏଏସଫ, ରେଞ୍ଜର, ବନ କର୍ମଚାରୀଙ୍କ ସମେତ ଟ୍ରାଙ୍କୁଲାଇଜ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ । ବିଶେଷଜ୍ଞ ଟିମ୍ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିବା ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ହେଲେ ହଠଶତ୍ ଅତର୍କିତ ଭାବେ ହାତୀଟି ଉଠି ବସି ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଏହି ଆକ୍ରମଣରେ ଡିଏଫଓ ଓ ଏସିଏଫ ସାମାନ୍ୟ ଆହତ ହୋଇଥିବା ବେଳେ ରେଞ୍ଜରଙ୍କ ସମେତ ଅନ୍ୟ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..