ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୪ ତାରିଖରୁ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବ। ଭାଗ ନେଉଛନ୍ତି ୧୬ ଦେଶ | ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ ଏହି ହକି ମହାକୁମ୍ଭ | ସମସ୍ତ ଅଂଶଗ୍ରହଣକାରୀ ଦଳ ଭୁବନେଶ୍ୱର ପହଞ୍ଚି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଜୁନିୟର ପୁରୁଷ ହକି ବିଶ୍ବକପ ଲାଗି ଘରୋଇ ଭାରତ ସମେତ ୧୫ ଦଳ ଓଡ଼ିଶାରେ ପହଞ୍ଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା କଟକଣା ମଧ୍ୟରେ ଆୟୋଜିତ ହେବାକୁ ଥିବା ଉକ୍ତ ଜୁନିୟର ପୁରୁଷ ହକି ବିଶ୍ବକପରେ ବିଜେତା ହେବା ନେଇ ଦଳ ଗୁଡ଼ିକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରତିଯୋଗିତାରେ ଭାରତ, ବେଲଜିୟମ, ନେଦରଲାଣ୍ଡସ, ଫ୍ରାନ୍ସ, ଆର୍ଜେଣ୍ଟିନା, ମାଲେସିଆ, ଆମେରିକା, ଚିଲି, ଜର୍ମାନୀ, ପୋଲାଣ୍ଡ, ଦକ୍ଷିଣଆଫ୍ରିକା, କୋରିଆ, ପାକିସ୍ତାନ , କାନାଡା ଓ ସ୍ପେନ ପହଞ୍ଚି ସାରିଛନ୍ତି। ଇଜିପ୍ଟ ସୋମବାର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରବିବାର ସ୍ପେନ ଦଳ ଭୁବନେଶ୍ବରରେ ପହଞ୍ଚିଥିଲା। ସ୍ପେନ ପୁଲ-ସି ରେ ଦକ୍ଷିଣକୋରିଆ, ନେଦରଲାଣ୍ଡ୍ସ ଓ ଆମେରିକା ସହ ସ୍ଥାନ ପାଇଛି। ଦଳ ୨୫ରେ ଆମେରିକା ସହ ଖେଳିବ। ଅନ୍ୟପକ୍ଷରେ ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ।
More Stories
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..