Report Card Odisha

| Daily Odia News

ଗଲଓ୍ବାନ ସଂଘର୍ଷରେ ସହିଦ ସୈନିକଙ୍କୁ ବୀରତ୍ବ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଲଓ୍ବାନ ସଂଘର୍ଷରେ ସହିଦ ସୈନିକମାନଙ୍କୁ ବୀରତ୍ବ ସମ୍ମାନରେ ସମ୍ମାନିତ କରିଛନ୍ତି । ଗଲଓ୍ବାନ ହିରୋ ସହିଦ୍ କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପ୍ରଦାନ କରାଯାଇଛି । ଓଡ଼ିଆ ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ବୀରଚକ୍ର ପ୍ରଦାନ କରାଯାଇଛି । ଗଲଓ୍ବାନ ସଂଘର୍ଷ ବେଳେ କର୍ଣ୍ଣେଲ ସନ୍ତୋଷ ବାବୁ ଭାରତୀୟ ସେନାଦଳର ନେତୃତ୍ବ ନେଇ ଅତୁଳନୀୟ ବୀରତ୍ବ ପ୍ରଦର୍ଶନ କରିଥିଲେ । ତାଙ୍କ ପତ୍ନୀ ବିକୁମାଲା ସନ୍ତୋଷୀ ଓ ମାତା ବିକୁମାଲା ରାଷ୍ଟ୍ରପତିଙ୍କ ପକ୍ଷରୁ ମହାବୀର ଚକ୍ର ଗ୍ରହଣ କରିଛନ୍ତି । ଓଡ଼ିଆ ଯବାନ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ପତ୍ନୀ ବୀରଚକ୍ର ଗ୍ରହଣ କରିଛନ୍ତି । ସେହିପରି ଗଲଓ୍ବାନ ସଂଘର୍ଷ ବେଳେ ସହିଦ ହୋଇଥିବା ହାବଲଦାର କେ.ପଲାନି, ସିପାହୀ ଗୁରୁତେଜ ସିଂ ଓ ନାଏକ ଦିପକ ସିଂଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଛି ।ଉଲ୍ଲେଖ ଯୋଗ୍ୟ – ୨୦୨୦ ଜୁନ ୧୫ରେ ହୋଇଥିବା ଗଲଓ୍ବାନ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ତେବେ ଚୀନ ପ୍ରଥମେ ଏ ନେଇ ନୀରବତା ଅବଲମ୍ବନ କରିଥିଲେ ବି ପରେ ସ୍ବୀକାର କରିଥିଲା ଯେ ଏଥିରେ ୪ ଜଣ ପିଏଲଏ ସୈନିକ ମୃତ୍ୟୁବରଣ କରିଥିଲେ । କିନ୍ତୁ ସିଆଇଏ ଏବଂ ଋଷିଆର କେଜିବି ରିପୋର୍ଟ ଅନୁସାରେ ଏହି ସଂଘର୍ଷରେ ୪୦ରୁ ଅଧିକ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ ।

Breaking News