ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଉପରେ ରହିଛି ରାଜ୍ୟ ସରକାରଙ୍କ ଫୋକସ। ଏହାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି | ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିରେ ମୋଟ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଜଳସେଚନ, ରାସ୍ତା, ବ୍ରିଜ୍, ପିଇବା ପାଣି, କୃଷି ଉଦ୍ୟୋଗ ଓ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ପାଖାପାଖି ୨୦ ହଜାର କୋଟି ଖର୍ଚ୍ଚ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ନେଇ ସୂଚନା ମିଳିଛି | ସୁକତେଲ ନଦୀ ଉପରେ ଇନଷ୍ଟ୍ରିମ୍ ବ୍ୟାରେଜ୍ ପାଇଁ ୧୧୭ କୋଟି, ପାର୍ବତୀଗିରି ମେଗା ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ ପାଇଁ ୧୦,୭,୫୯ କୋଟି, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ବାଲେଶ୍ୱର, ଗଜପତି ଓ କନ୍ଧମାଳ ଭଳି ୬ଟି ଜିଲ୍ଲାରେ ପ୍ରାୟ ୧୮ ଶହ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଆଗାମୀ ତିନି ବର୍ଷ ୨ ହଜାର କୋଟି, ବିଜୁ ସେତୁ ଯୋଜନାରେ ୫ ହଜାର୧୮୨ କୋଟି ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆଗାମୀ ୫ ବର୍ଷରେ ୪୮୪ କୋଟି ଅନୁଦାନ ରଖାଯାଇଛି। ସେହିଭଳି ଶିଳ୍ପକ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲୁସନ ୨୦୧୫କୁ ସଂଶୋଧନ କରାଯାଇଛି। ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି ।ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଏହାକୁ ଲାଗୁ କରାଯିବ । ଏଥିରେ ପ୍ରଥମ ୧୦ଟି ନୂଆ ନିବେଶକୁ ଉତ୍ପାଦନ ଭିତ୍ତିକ ସହୟତା ମିଳିବ । ସହାୟତା ବାବଦରେ ୫ ବର୍ଷ ଯାଏ ବାର୍ଷିକ କାରବାରରେ ୧ ପ୍ରତିଶତ ମିଳିବ । ୟୁନିଟ୍ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ପ୍ରଦାନ କରାଯିବ । ସେହିପରି ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ, ଇନ୍ସପେକ୍ସନ ଫି ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ୍ ବିଲ୍ର ୩୦ ପ୍ରତିଶତ ସର୍ବାଧିକ ୫୦ ଲକ୍ଷ ଯାଏଁ ରିହାତି ମିଳିବ । ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପଡ୍ୟୁଟି ୧୦୦ ପ୍ରତିଶତ ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ କରିବାକୁ ହେଉଥିବା ଖର୍ଚ୍ଚର ୧୦୦ ପ୍ରତିଶତ ଦିଆଯିବ । ମହିଳା, ଏସ୍ସି ବା ଏସ୍ଟି ଏବଂ ଭିନ୍ନକ୍ଷମଙ୍କୁ ସର୍ବାଧିକ ୧ କୋଟି ଯାଏଁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ବ୍ୟଙ୍କରୁ ଋଣ କରି ଠିକ୍ ସମୟରେ ଶୁଝୁଥିଲେ ଋଣ ଉପରେ ୫ ପ୍ରତିଶତ ରିହାତି ମିଳିବା ନେଇ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ପାରିତ ହୋଇଛି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….