Report Card Odisha

| Daily Odia News

ଗମ୍ଭୀରଙ୍କୁ ଆଇଏସ୍‌ଆଇଏସ୍‌ ରୁ ହତ୍ୟା ଧମକ…..

New Delhi: Former cricketer and East Delhi MP Gautam Gambhir at Parliament in New Delhi on June 18, 2019 (Photo: Partha Pratim Sarkar/IANS)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀରଙ୍କୁ ଆଇଏସ୍‌ଆଇଏସ୍‌-କଶ୍ମୀର ରୁ ହତ୍ୟା ଧମକ ଆସିଛି | ଏନେଇ ଗମ୍ଭୀର ମଙ୍ଗଳବାର ରାତିରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ‌। କେନ୍ଦ୍ରାଞ୍ଚଳ ‘ଡିସିପି’ ଶ୍ବେତା ଚୌହାନ ଗଣମାଧ୍ୟମକୁ କହିଛନ୍ତି, ଇ-ମେଲ୍‌ ଜରିଆରେ ‘‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ‘ବିଜେପି’ ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ହତ୍ୟା ଧମକ ସଂକ୍ରାନ୍ତରେ ଅଧିକ କିଛି ସୂଚନା ମିଳିନାହିଁ। ତଦନ୍ତ ପରେ ଇ-ମେଲ୍‌ ଠିକଣା ତନଖି ସମେତ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ୨୦୧୯ରେ ଗୌତମ ଗମ୍ଭୀର ‘ବିଜେପି’ ଟିକେଟରେ ପୂର୍ବ ଦିଲ୍ଲୀ ଆସନ ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ସେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ୧୫ ବର୍ଷ ଧରି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି।

Breaking News