ରିପୋର୍ଟ କାର୍ଡ / ପୁରୀ
ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ପୁରୀ ଡାକ୍ତରଖାନା ଛକ ନିକଟରେ ତାଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼ କରିଥିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ବ୍ୟାପକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ସେମାନେ ଅଣ୍ଡାମାଡ଼ କରିଥିଲେ । ତିନି ଜଣ ବ୍ୟକ୍ତି ଡାକ୍ତରଖାନା ଛକରେ ଥିବା ଏକ କ୍ଲିନିକ୍ ନିକଟରେ ଲୁଚି ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସେହି ବାଟ ଦେଇ ଅତିକ୍ରମ କରୁଥିବା ବେଳେ ସେମାନେ ବ୍ୟାରିକେଡ ବାହାରେ ଛିଡ଼ା ହୋଇ ଅଣ୍ଡାମାଡ଼ କରିଥିଲେ। ପୁଲିସ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଥିଲା। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଭିତରକୁ ଦୁଇ ଜଣ ବ୍ୟକ୍ତି ପଶି ଆସି କଳାପତାକା ଦେଖାଇଥିଲେ। ଏହା ସହିତ ସେମାନେ ‘ନବୀନ ଗୋ ବ୍ୟାକ୍’ ସ୍ଲୋଗାନ୍ ଦେଇଥିଲେ।






More Stories
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……
ଚାମେଲୀଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ…..
ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି…..