Report Card Odisha

| Daily Odia News

ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସେନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଚଣ୍ଡି ପ୍ରସାଦଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ବର୍ତ୍ତମାନ ଚଣ୍ଡି ପ୍ରସାଦ ଭାରତୀୟ ସ୍ଥଳ ସେନା ଉପମୁଖ୍ୟ ପଦରେ କାର୍ଯ୍ୟରତ ଅଛନ୍ତି । ସେନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୧୯୮୨ ମସିହା ଜୁନ୍ ୧୨ ତାରିଖରେ ଚଣ୍ଡି ପ୍ରସାଦଙ୍କୁ ରାଜପୁତ ରେଜିମେଣ୍ଟରେ ନିଯୁକ୍ତି ଦିଆଯାଇଥିଲା । ଦୀର୍ଘ ଚାରି ଦଶନ୍ଧି ଧରି ସେ ଭାରତୀୟ ସେନାରେ ଜଣେ ଦକ୍ଷ ଜେନେରାଲ୍ ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ସମ୍ପନ୍ନ କରି ଆସିଛନ୍ତି । ଜମ୍ମୁ କଶ୍ମୀର ଓ ଉତ୍ତର-ପୂର୍ବରେ ଲାଇନ ଅଫ୍ କଣ୍ଟ୍ରୋଲ ଭଳି ଗୁରୁତ୍ୱପୂର୍ଣ୍ଣ ସୀମାନ୍ତରେ ସେ କାର୍ଯ୍ୟ କରି ନିଜର ଦକ୍ଷତାର ପରିଚୟ ଦେଇଥିଲେ । ଚୀନ ସହ ସୃଷ୍ଟି ହୋଇଥିବା ଡୋକଲାମ ବିବାଦ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ପୂର୍ବରୁ ସେ ଯୋଧପୁର ସବ୍ ଏରିଆର ଜଣେ ମେଜର ଜେନେରାଲ ଓ ଲେଫ୍ଟନାଣ୍ଟ ଜେନେରାଲ ଭାବେ କାର୍ଯ୍ୟ କରିଥିଲେ ।

Breaking News