ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୁଧବାର ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍କେଡ୍ ଉପରକୁ ବିରୋଧୀଙ୍କ ଆଣ୍ଡା ମାଡ଼ ହୋଇଥିଲା | ଏହି ଘଟଣାକୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନାପସନ୍ଦ କରିଛନ୍ତି। କହିଛନ୍ତି ବିଦ୍ରୋହ ପ୍ରକାଶ କରିବା ପାଇଁ ଅଣ୍ଡାମାଡ଼ ପ୍ରକ୍ରିୟାକୁ ସେ ବିଶ୍ୱାସ କରନ୍ତି ନାହିଁ। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ସୌମ୍ୟ କହିଛନ୍ତି । ତେବେ ଏହା ରାଜନୈତିକ ଦୃଷ୍ଟି କୋଣରୁ କୌଣସି ପ୍ରଭାବ ପଡ଼ିବ ନାହିଁ। ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ନେତାମାନେ ନିଜ ନିଜର ପ୍ରଭାବ ଦେଖାଇବାକୁ ଏପରି କରୁଛନ୍ତି। ଏହା ନକରି ଅନ୍ୟ ଉପାୟରେ ବି ବିରୋଧ କରାଯାଇପାରିବ ବୋଲି ସେ ମତ ରଖିଛନ୍ତି। କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍କେଡ୍ ଉପରକୁ ଗତକାଲି ପୁରୀରେ ଅଣ୍ଡା ମାଡ଼ କରାଯାଇଥିଲା।






More Stories
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……
ଚାମେଲୀଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ…..
ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି…..