ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟର ୧୮ତମ ଜିଲ୍ଲା ଭାବେ ବୌଦ୍ଧ ଜିଲ୍ଲା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନହେବ। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ ଠାରେ ସନ୍ଧ୍ୟା ୫ଟା ସମୟରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀମାନଙ୍କୁ BSKY କାର୍ଡ ବଣ୍ଟନ କରିବେ। ତେବେ ବୌଦ୍ଧ ଜିଲ୍ଲାର ୧୦ଲକ୍ଷ ୮ ହଜାର ୫୫୫ ପରିବାରର ୩୭ ଲକ୍ଷ ୨ହଜାର ୩୮୭ ଜଣ ହିତାଧିକାରୀ ଏଥିରେ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହିଧର୍ ରଣା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।






More Stories
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..
ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି……