ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ କ୍ରମାଗତ ଭାବରେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି । ଆଜି ଭାରତୀୟ ନୌବାହିନୀରେ ସାମିଲ ହୋଇଛି ଚତୁର୍ଥ ସ୍କର୍ପିଅନ ଶ୍ରେଣୀର ବୁଡାଜାହାଜ ଆଇଏନଏସ ବେଲା । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କ ଉପସ୍ଥିତିରେ ମୁମ୍ବଇସ୍ଥିତ ନୌବାହିନୀ ଡକୟାର୍ଡରେ ଏହି ବୁଡାଜାହାଜକୁ ଆନୁଷ୍ଠାନିକ ଭାବରେ ନୌସେନାରେ ସାମିଲ କରାଯାଇଛି । ଆଇଏନଏସ୍ ବେଲା ବୁଡାଜାହାଜର ସମସ୍ତ ଦାୟିତ୍ୱ ନିର୍ବାହ କରିବାକୁ ସମର୍ଥ । ସାଂପ୍ରତିକ ଜଟିଳ ନିରାପତ୍ତା ଦୃଶ୍ୟପଟ୍ଟରେ ଏହାର ସାମର୍ଥ୍ୟ ଏବଂ ଆକ୍ରମଣକାରୀ କ୍ଷମତା ଦେଶର ଉପକୂଳ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଦିଗରେ ବର୍ଦ୍ଧିତ ଭୂମିକା ନିର୍ବାହ କରିବ ବୋଲି ଆଡମିରାଲ କରମବୀର ସିଂହ କହିଥିଲେ ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….