ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଗଛରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ୍ ଅନ୍ତର୍ଗତ ଧାନଶୋଳ ଉପକଣ୍ଠ ଲୋଧା ସାହିରେ । ମୃତକ ଦ୍ୱୟ ହେଲେ ଗାଁର ସନାତନ ନାଏକଙ୍କ ପୁଅ ରାଜୁ (୧୬) ଏବଂ ବିଶ୍ୱାଳ ଭକ୍ତାଙ୍କ ଝିଅ ସୀମା( ୧୪)। ଏମାନେ ସମ୍ପର୍କରେ ମାଉସୀ ପୁଅ ଭାଇ ଓ ଭଉଣୀ ବୋଲି ଜଣାଡ଼ିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ | ଆଜି ସକାଳେ ଗାଁ ପାଖ କେନାଲ ନିକଟରେ ଥିବା ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ରାଜୁ ଓ ସୀମାଙ୍କ ମୃତଦେହ ଦେଖିବା ପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଉଭୟଙ୍କ ପରିବାର ଲୋକ ଧାନ କାଟିବାକୁ ନାମାଳ ଯାଇ ଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ିନି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..